ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବ୍ୟାଙ୍କର ଭାରତକୁ ୩୭ ଶହ କୋଟି ଋଣ ପ୍ରଦାନ

0 151
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ,୨୯।୦୬: ଭାରତରେ ଶିକ୍ଷାର ଭିତ୍ତିଭୂମି ବିକାଶ ପାଇଁ ରବିବାର ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାର (୩୭ ଶହ କୋଟି) ର ଋଣ ସହାୟତା ପ୍ରଦାନ କରିଛି। ବ୍ୟାଙ୍କର ବୋର୍ଡ ଅଫ ଏକଜିକ୍ୟୁଟିଭ ଡାଇରେକ୍ଟର୍ସ ଏହି ଋଣ ରାଶିକୁ ମଞ୍ଜୁର କରିଥିବା ସୂଚନା ରହିଛି। ଏହି ଅର୍ଥ ଷ୍ଟ୍ରେଦର୍ନିଂ ଟିଚିଂ-ଲର୍ଣ୍ଣିଙ୍ଗ ଆଣ୍ଡ ରେଜଲ୍ଟସ୍‌ ଫର ଷ୍ଟେଟ ପ୍ରୋଗ୍ରାମ(ଷ୍ଟାରସ୍‌) ଜରିଆରେ ଏହି ସହାୟତା ପ୍ରଦାନ ପାଇଁ ଅନୁମତି ଦେଇଥିବା ଜଣାପଡିଛି।

ଭାରତର ପ୍ରାୟ ୨୫ କୋଟି ଛାତ୍ରୀଛାତ୍ର,୧୫ଲକ୍ଷ ସ୍କୁଲ ଏବଂ ୧୦ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପ୍ରୋଗ୍ରାମ ମାଧ୍ୟମରେ ଉପକୃତ ହୋଇପାରିବେ। ୧୯୯୪ରୁ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ଲାଗି ଭାରତ ଓ ବିଶ୍ୱବ୍ୟାଙ୍କ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ଶିକ୍ଷାର ବିକାଶ ସହ ସମସ୍ତଙ୍କ ଲାଗି ଶିକ୍ଷା ପ୍ରଦାନର ଲକ୍ଷ୍ୟ ନେଇ ଏହା ଗଠନ ହୋଇଥିବା ବ୍ୟାଙ୍କ କହିଛି। ଭାରତର ୬ଟି ରାଜ୍ୟ ଯଥା- ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, କେରଳ ଏବଂ ରାଜସ୍ଥାନ ପାଇଁ ଏହା ଦିଆଯାଇଛି। ସରକାରଙ୍କ ସହଯୋଗରେ ଶିକ୍ଷାର ବିକାଶ ଓ ଉନ୍ନତି ଦିଗରେ କାର୍ଯ୍ୟ କରିବ ବୋଲି ବିଶ୍ୱ ବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର ଜୁନୈଦ ଅହମ୍ମଦ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.

3 − 2 =

error: Content is protected !!
Open chat