ଏୟାର ଇଣ୍ଡିଆ ବିଡିଂ କ୍ରମାଗତ ଭାବେ ତୃତୀୟ ଥର ଲାଗି ଘୁଞ୍ଚିଲା

0 161
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୯।୦୬ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିଡିଂ ସୀମାକୁ ସରକାର ତୃତୀୟ ଥର ଲାଗି ଘୁଞ୍ଚାଇଛନ୍ତି। ବର୍ତ୍ତମାନ ଏହାକୁ ଆଗାମୀ ୨ ମାସ ବା ଅଗଷ୍ଟ ୩୧ ଯାଏ ଘୁଞ୍ଚାଯାଇଛି। କୋଭିଡ ଯୋଗୁ ସାରା ବିଶ୍ୱରେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଖାଯାଇଛି। ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସରକାର ପ୍ରଥମେ ଚଳିତ ବର୍ଷ ଜାନୁୟାରୀ ୨୭ରେ ପ୍ରକ୍ରିୟା ଆରମ୍ଭ କରିଥିଲେ। ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ଆଗ୍ରହ ପତ୍ର ଆହ୍ବାନ କରାଯାଇଥିଲା। ସରକାର ପୂର୍ବରୁ ବିଡିଂ ଲାଗି ୨ଥର ପ୍ରକ୍ରିୟାକୁ ଘୁଞ୍ଚାଇ ଥିବା ବେଳେ ବର୍ତ୍ତମାନ ପୁଣି ଥରେ ଏହାକୁ ଘୁଞ୍ଚାଇଥିବା ଜଣାପଡିଛି।

Leave A Reply

Your email address will not be published.

seven + ten =

error: Content is protected !!
Open chat