![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ଏଣିକି ଘରୋଇ ଲ୍ୟାବ୍ରେ ଆଣ୍ଟିଜେନ୍ ଟେଷ୍ଟ କରାଯାଇପାରିବ। ଏଥିପାଇଁ ୪୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ICMR ପ୍ରୋଟୋକଲ୍ ମାନି ଟେଷ୍ଟ କରିବାକୁ ଘରୋଇ ଲ୍ୟାବ୍କୁ ଅନୁମତି ଦିଆଯାଇଛି। ଏହି ଟେଷ୍ଟ ଦ୍ୱାରା ଲୋକମାନେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହିଁ ଜାଣିପାରିବେ।
![](https://i0.wp.com/kalingajyoti.com/wp-content/uploads/2020/07/6d9ee30a-fa45-4db7-b253-9bfbb1aaf7d3-covid-topper-1024x476.png?resize=483%2C224)
ମହାମାରୀ ‘କରୋନା’ ଦିନକୁ ଦିନ ଘାତକ ହେବାରେ ଲାଗିଛି। ପ୍ରତିଦିନ ଜଣେ ପରେ ଜଣଙ୍କ ମୁଣ୍ଡ ନେଉଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। ସେଠି ଦୃତ ଗତିରେ ‘କରୋନା’ ମାଡ଼ି ଚାଲିଛି। ପ୍ରତିଦିନ ୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।
![](https://kalingajyoti.com/wp-content/uploads/2020/07/Chennai_Doctor-PTI.jpg)
ଗଞ୍ଜାମ ଜିଲ୍ଲାରେ ‘କରୋନା’ ମୁକାବିଲା ପାଇଁ ଆଉ ୫ଜଣ ଓଏଏସ୍ ଅଧିକାରୀ ଓ ୩୨ଜଣ ଓଡ଼ିଶା ରାଜସ୍ୱ ସେବାର ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୨୦ ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ବ୍ରହ୍ମପୁର ଜିଲ୍ଲା ସୀମାକୁ ସିଲ୍ କରିଥିବା ବେଳେ ୭ ଏନ୍ଏସିକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି।