ରାଜ୍ୟରେ କରୋନା ମହାମାରୀ ସଂକ୍ରମିତ ସଂଖ୍ୟା ବଢୁଥିବା ଲକ୍ଷ୍ୟ କରି OJEE ପରୀକ୍ଷା ସ୍ଥଗିତ

0 469
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୮/୦୯:ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସ୍ଥଗିତ ହୋଇଛି । ଆସନ୍ତା ୯ ତାରିଖ (ବୁଧବାର)ରୁ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା । କିନ୍ତୁ ରାଜ୍ୟରେ କରୋନା ମହାମାରୀରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢୁଥିବା ଲକ୍ଷ୍ୟ କରି ବର୍ତ୍ତମାନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆସନ୍ତା ମାସରେ ପରୀକ୍ଷା ହୋଇପାରେ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୯ରୁ ୧୫ ତାରିଖ ଯାଏ ଓଜେଇଇ ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା । ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା କେନ୍ଦ୍ର ହୋଇଥିଲା । କିନ୍ତୁ ରାଜ୍ୟରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଛି । ଏଭଳି ସ୍ଥିତି ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.

sixteen − eleven =

error: Content is protected !!
Open chat