ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ୩୦ରୁ ୪୫ ଦିନ ମଧ୍ୟରେ କମିପାରେ

0 589
greentech

ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧାରେ ଓ ସର୍ଵନିମ୍ନରେ ଦେବଗଡ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ଏକ ପ୍ରକାର ଉର୍ଧ୍ବମୁଖୀ ଥିବା ବେଳେ ପ୍ଲାଜମା ଚିକିତ୍ସାରେ ୫୬୫ ଜଣଙ୍କ ମଧ୍ୟରୁ ୧୪୪ ଜଣ ସୁସ୍ଥ ହେବା କରୋନା ମୁକାବିଲା ଦିଗରେ ଆଶା ସଂଚାର କରିଛି। ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ଆସନ୍ତା ୩୦ରୁ ୪୫ ଦିନ ମଧ୍ୟରେ ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଇବ। ସେ ରାଜ୍ୟରେ କରୋନା ପରିସ୍ଥିତି ନେଇ ସୂଚନା ଦେବା ଅବସରରେ ଡାକ୍ତର ମହାନ୍ତି କହିଛନ୍ତି ଯେ ପ୍ଲାଜମା ଚିକିତ୍ସା ନେଇଥିବା ଅନ୍ୟ ୪୨୧ ଜଣ ସଙ୍କ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ସେ କହିଛନ୍ତି ଯେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଆରୋଗ୍ୟ ହାର ଅଧିକ ଥିବାବେଳେ ମୃତ୍ୟୁହାର କମ ରହିଛି ତେଣୁ ଲୋକମାନେ କୋଭିଡ ନିୟମ ମାନିବା ସହ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ। ଅନ୍ୟପକ୍ଷରେ ଆଜି ଗୋଟିଏ ଦିନରେ ରାଜ୍ୟରେ ୩୬ ଶହ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୧୧କୁ ବୃଦ୍ଧି ପାଇଛି। ଆଜି ସୁଦ୍ଧା ୮୪ ହଜାର ୭୩ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୨୮ ହଜାର ୭୬୩ ରହିଛି।

ଗତ ୨୪ ଘଂଟା ମଧ୍ୟରେ ୫୯ ହଜାର ୪୯୨ଟି କରୋନା ନମୁନା ପରୀକ୍ଷଣ ହୋଇଥିବା ବେଳେ ସେଥିରେ ୭୧୭୧ଟି ଆରଟି-ପିସିଆର, ୫୨୨୯୫ଟି ଆଂଟିଜେନ ଏବଂ ୧୨୮ଟି ଟ୍ରୁନଟ ପରୀକ୍ଷା ରହିଛି। ଏ ଯାଏଁ ମୋଟ ୧୯ ଲକ୍ଷ ୫୦ ହଜାର ୫୯୧ଟି କରୋନା ନମୁନା ପରୀକ୍ଷଣ କରାଯାଇଛି।

ଆଜି ଚିହ୍ନଟଙ୍କୁ ହିସାବକୁ ନେଲେ ଆକ୍ରାନ୍ତଙ୍କ ସଂଖ୍ୟା ଖୋର୍ଦ୍ଧାରେ ୧୮ ହଜାର ୮୮୧, ଗଞ୍ଜାମରେ ୧୮ ହଜାର ୩୪୫, କଟକରେ ୯ ହଜାର ୩୬୪, ରାୟଗଡାରେ ୪ ହଜାର ୯୭୨, ସୁନ୍ଦରଗଡରେ ୪ ହଜାର ୬୩୦, ମୟୁରଭଂଜରେ ୪ ହଜାର ୧୫୯, ଯାଜପୁରରେ ୪ ହଜାର ୧୧୨, ବାଲେଶ୍ୱରରେ ୪ ହଜାର ୪୮, ପୁରୀରେ ୪ ହଜାର୧୦, କୋରାପୁଟରେ ୩ ହଜାର ୮୦୮, ନୟାଗଡରେ ୩ ହଜାର ୨୧୫, ସମ୍ବଲପୁରରେ ୩ ହଜାର ୫୨, ଭଦ୍ରକରେ ୨ହଜାର ୯୯୯, ଗଜପତିରେ ୨ ହଜାର ୯୧୩, ବରଗଡରେ ୨ ହଜାର ୬୩୩, ମାଲକାନଗିରିରେ ୨ ହଜାର ୪୭୩, କନ୍ଧମାଳ ଓ କେନ୍ଦ୍ରାପଡାରେ ୨ ହଜାର ୩୦୧ ଲେଖାଏଁ, କେନ୍ଦୁଝରରେ ୨ ହଜାର ୧୫୧, ଜଗତସିଂହପୁରରେ ୨ ହଜାର ୬୮, ବଲାଙ୍ଗିରରେ ୧ ହଜାର ୯୦୧, ଢେଙ୍କାନାଳରେ ୧ ହଜାର ୮୫୨, କଳାହାଣ୍ଡିରେ ୧ ହଜାର ୪୭୯, ଝାରସୁଗୁଡାରେ ୧ ହଜାର ୪୬୦, ନବରଙ୍ଗପୁରରେ ୧ ହଜାର ୨୩୨, ଅନୁଗୁଳରେ ୧ ହଜାର ୧୬, ସୁବର୍ଣପୁରରେ ୭୯୬, ବୌଦ୍ଧରେ ୬୮୧, ନୂଆପଡାରେ ୬୦୭ ଓ ଦେବଗଡରେ ୨୧୯ ରହିଛି।

Leave A Reply

Your email address will not be published.

9 + sixteen =

error: Content is protected !!
Open chat