ରାଜ୍ୟର ୯ ଜିଲ୍ଲାରେ ଆରମ୍ଭ ହେଲା ସେରୋଲଜିକାଲ ସର୍ଭେ

0 154
greentech

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୯/୦୬: କରୋନା ସଂକ୍ରମଣର ମାତ୍ରା ପରଖିବାକୁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ କରିଛନ୍ତି। ପୁରୀ, ଭୁବନେଶ୍ୱର(ବିଏମସି), କଟକ ଓ ପୁରୀ ଜିଲ୍ଲା ସମେତ ୯ଟି ଜିଲ୍ଲାରେ ଏହି ସର୍ଭେ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତ ବ୍ୟକ୍ତିଙ୍କୁ ସେରୋଲଜିକାଲ ସର୍ଭେରେ ପରିସରଭୁକ୍ତ କରାଯାଇଛି ।

ଏହାସହ ପୌର, ପରିବହନ, ପୁଲିସ୍ କର୍ମଚାରୀଙ୍କର ମଧ୍ୟ ସେରୋଲଜିକାଲ ସର୍ଭେ ହେବ । କମ୍ୟୁନିଟିରୁ ମଧ୍ୟ ଲୋକଙ୍କୁ ବାଛି ସେରୋଲଜିକାଲ ସର୍ଭେ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗତକାଲି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଟକ ସିଡିଏ ସେକ୍ଟର ୯ର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି କଟକ ମହାନଗର ନିଗମ। ସେହିପରି କଟକ ଜିଲ୍ଲା ବଡ଼ମ୍ବାରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ପରେ ବଡ଼ମ୍ବା ଟାଉନକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ଗତକାଲି ଗୋଟିଏ ଦିନରେ ରାଜ୍ୟରେ କରୋନା ନେଇଥିଲା ୩ ଜୀବନ । ସେହିପରି ରାଜ୍ୟରେ ୨୩ ଜିଲ୍ଲାରୁ ୨୬୪ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ।

Leave A Reply

Your email address will not be published.

7 + 4 =

error: Content is protected !!
Open chat