ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ: କରୋନା କଟକଣା ଭିତରେ ସାମାଜିକ ଦୂରତା ରଖି ସାମିଲ ହେବେ ୩ ପ୍ଲାଟୁନ୍ ଫୋର୍ସ ; ମଂଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ମାତ୍ର ୨ ଜଣ

0 436
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୦/୦୮ : ଦେଶରେ ଓ ରାଜ୍ୟରେ ମହାମାରୀ କରୋନାର ସଂକ୍ରମଣ ବଢି ଚାଲିଥିବାବେଳେ ଆଗକୁ ଆସୁଛି ଅଗଷ୍ଟ ୧୫ । ଭୂତାଣୁ ସଂକ୍ରମଣର ଭୟ ଭିତରେ ସାମାଜିକ ଦୂରତା ରଖି କିଭଳି ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ତାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ତେବେ ପୋଲିସ ବିଭାଗର ଏକ ବିଶ୍ୱସ୍ତ ସୂତ୍ରରୁ କନକ ନ୍ୟୁଜକୁ ମିଳିଥିବା ସୂଚନା ଅନୁସାରେ କୋଭିଡ କଟକଣା ଭିତରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାତ୍ର ୩ ପ୍ଲାଟୁନ ଫୋର୍ସ ଓଡ୍ରାଫ, ଓଏସଏପିର ସପ୍ତମ ବାଟାଲିୟନ ଏବଂ ଏଏସବି ବାଟାଲିୟନ ସାମିଲ ହେବେ ।

ସମସ୍ତେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବେ । ମଂଚ ଉପରେ କେବଳ ୩ ଜଣ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଏବଂ ଜାତୀୟ ପତାକା ଉତୋଳନ ପରେ ଏହାକୁ ବାନ୍ଧିବା ବ୍ୟକ୍ତି ଉପସ୍ଥିତ ରହିବେ । ଏହି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ନେତୃତ୍ୱ ଦେବେ ଜଣେ କମାଣ୍ଡର ଓ ସେକେଣ୍ଡ ଇନ୍ କମାଣ୍ଡ ।

ଯେଉଁ ପୋଲିସ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଭାଗନେବେ ସେମାନଙ୍କର ଯତ୍ନ ନେଉଛନ୍ତି ଏକ ୪ ଜଣିଆ ଡାକ୍ତରୀ ଦଳ । ଏହି କର୍ମଚାରୀମାନଙ୍କୁ ସଙ୍ଗରୋଧରେ ରଖିବା ସହ ସ୍ୱାସ୍ଥ୍ୟବସ୍ଥାର ଯାଂଚ କରାଯାଉଛି । ବିଶେଷ କରି ପ୍ରତି ୧୦ ଦିନରେ ସେମାନଙ୍କର କୋଭିଡ ପରୀକ୍ଷା କରାଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.

1 × 1 =

error: Content is protected !!
Open chat