ରାମ ମନ୍ଦିର ମାମଲାରେ ମୁଣ୍ଡ ନ ପୁରାଇବା ପାଇଁ ପାକିସ୍ତାନକୁ ଭାରତର କଡ଼ା ଚେତାବନୀ

0 436
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୮: ଅଯୋଧ୍ୟାରେ ରାମ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନକୁ ପାକିସ୍ତାନର ସମାଲୋଚନା କରିବା ପରେ ତାହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଓ ସାଂପ୍ରଦାୟିକ ବିଭେଦ ସୃଷ୍ଟି ନକରିବାକୁ ଭାରତ ପାକିସ୍ତାନକୁ କହିଛି ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତର ଏକ ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନ ସରକାରଙ୍କ ଏକ ମନ୍ତବ୍ୟକୁ ଆମେ ଦେଖିଛୁ । ଯେଉଁ ଦେଶ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦିଏ ଓ ନିଜ ଦେଶର ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ଅଧିକାର ଦିଏନାହିଁ, ସେ ଦେଶଠାରୁ ଏପରି ପ୍ରତିକ୍ରିୟା ଆସିବା ଆଶ୍ଚର୍ଯ୍ୟଜନକ ନୁହେଁ । ପାକିସ୍ତାନ ଭାରତରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାରୁ ବିରତ ରହୁ ବୋଲି ସେ ସତର୍କ କରାଇଦେଇଛନ୍ତି ।

ଗତ କାଲି ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ରାମମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଘଟଣା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଯେ ଭାରତୀୟ ସୁପ୍ରିମକୋର୍ଟଙ୍କ ଏକ ରାୟ ପରେ ରାମମନ୍ଦିର ନିର୍ମାଣ ନ୍ୟାୟ ଉପରେ ବିଶ୍ୱାସର ବିଜୟକୁ ଦର୍ଶାଉଛି । ଏହା ଭାରତରେ ବଢିଚାଲିଥିବା ସଂଖ୍ୟାଗରିଷ୍ଠମାନଙ୍କ ଶାସନକୁ ପ୍ରମାଣିତ କରୁଛି । ଭାରତରେ ସଂଖ୍ୟାଲଘୁ ବିଶେଷକରି ମୁସଲିମମାନଙ୍କ ଉପାସନାପୀଠ ଉପରେ ଆକ୍ରମଣ ବଢିଚାଲିଛି 

Leave A Reply

Your email address will not be published.

one × 2 =

error: Content is protected !!
Open chat