

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭: ଦେଶରେ ରେଳବାଇର ଘରୋଇକରଣକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହା ମଧ୍ୟରେ ରେଳ ମନ୍ତ୍ରାଳୟର ଏକ ବୟାନ ସାମ୍ନାକୁ ଆସିଛି । କୌଣସି ପ୍ରକାର ଘରୋଇକରଣ ହେବ ନାହିଁ ବୋଲି ରେଳବାଇ ସ୍ପଷ୍ଟ କରିଛି । ଏବେ ଯେପରି ଭାବେ ସେବା ଚାଲୁଛି ଆଗରୁ ମଧ୍ୟ ସେପରି ଜାରି ରହିବ ।
ରେଳ ବିଭାଗ ନିକଟରେ ୧୦୯ଟି ରୁଟ୍ରେ ଘରୋଇ ସଂସ୍ଥାକୁ ଇନଭିଟେସନ୍ ଦେଇଥିଲା । ଯେଉଁଥିରେ ଘରୋଇ ସଂସ୍ଥା ୩୦ ହଜାର କୋଟି ଟଙ୍କାର ନିବେଶ କରିଥାନ୍ତେ । ଏହାପରେ ଟ୍ରେନର ଘରୋଇକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା

ରେଳମନ୍ତ୍ରୀ ପିୟୁଷ ଗୋଏଲ ଟ୍ୱିଟ୍ କରି କହିଛନ୍ତି ଯେ, ରେଳବାଇର କୌଣସି ଘରୋଇ କରଣ ହେଉନାହିଁ । ବର୍ତ୍ତମାନ ଯେପରି ସେବା ଚାଲୁଛି ଆଗକୁ ମଧ୍ୟ ଏପରି ଜାରି ରହିବ । ବେସରକାରୀ ଭାଗିଦାରୀରେ ୧୦୯ଟି ରୁଟ୍ରେ ୧୫୧ଟି ଅତ୍ୟାଧୂନିକ ଟ୍ରେନ୍ ଚାଲିବ । ଏହାର ରେଳବାଇ ଟ୍ରେନ୍ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ବରଂ ନୂଆ ଟ୍ରେନ୍ ଆସିଲେ ରୋଜଗାର ସୃଷ୍ଟି ହେବ ।

ସୂଚନାଯୋଗ୍ୟ, ରେଳବାଇ ପାସେଞ୍ଜର୍ ଟ୍ରେନ୍ ସର୍ଭିସ୍ ଅପରେଟ୍ ପାଇଁ ବେସରକାରୀ ସଂସ୍ଥା ପାଇଁ ଦ୍ୱାର ଖୋଲି ଦେଇଥିଲା । ୧୦୯ଟି ରୁଟ୍ରେ ପ୍ରାଇଭେଟ୍ କମ୍ପାନୀ ଟ୍ରେନ୍ ଅପରେଟ୍ କରିପାରିବେ । ଏଥିରେ ୩୦ ହଜାର କୋଟିର ନିବେଶ ସମ୍ଭାବନା ରହିଛି । ପାସେଞ୍ଜର୍ ଟ୍ରେନ୍ ସଞ୍ଚାଳନ ପାଇଁ ପ୍ରଥମ ଥର ଭାରତୀୟ ରେଳବାଇ ନିବେଶର ରାସ୍ତା ଉନ୍ମକ୍ତ କରିଥିଲା ।
ଏହି ସମସ୍ତ ଟ୍ରେନ୍ରେ ଅତି କମରେ ୧୬ଟି କୋଚ୍ ରହିବ । ଏହାର ଘଣ୍ଟାପ୍ରତି ବେଗ ସର୍ବାଧିକ ୧୬୦ କିମି ରହିବ । ତେବେ ବର୍ତ୍ତମାନର ଟ୍ରେନ ଓ ଟିକେଟ୍ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ ।