‘ଏମ୍ସ’, ଭୁବନେଶ୍ୱର : ଆସନ୍ତାକାଲି ଠାରୁ ବନ୍ଦ ରହିବ ଓପିଡି ସେବା, ଜାରି ରହିବ କେବଳ ଜରୁରୀକାଳୀନ ସେବା

0 397
greentech

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ଆସନ୍ତାକାଲିଠାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାର ଓପିଡି (ଆଉଟ୍ ପେସେଣ୍ଟ ଡିପାର୍ଟମେଣ୍ଟ) ବନ୍ଦ ରହିବ । ଡାକ୍ତରଖାନାର କିଛି କର୍ମଚାରୀ ଏବଂ ଚିକିତ୍ସିତ ହେଉଥିବା କିଛି ରୋଗୀଙ୍କ ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଭୁବନେଶ୍ୱର ଏମ୍ସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଏମ୍ସର ନିର୍ଦ୍ଦେଶିକା ଡା.ଗୀତାଞ୍ଜଳି ପଦ୍ମନାଭନ୍ ।

ତାଙ୍କ କହିବା ମୁତାବକ, ଡାକ୍ତରଖାନାର କିଛି କର୍ମଚାରୀ ଏବଂ ଚିକିତ୍ସିତ ହେଉଥିବା କିଛି ରୋଗୀଙ୍କ ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ଏବେ ସଙ୍ଗରୋଧରେ ରହିବେ । ଏହା ସହ କିଛି କର୍ମଚାରୀ କରୋନା କଣ୍ଟେନମେଣ୍ଟ ଜୋନରୁ ଆସୁଥିବାରୁ ସେମାନଙ୍କୁ ଏବେ ଆସିବା ପାଇଁ ମନା କରାଯାଇଛି । ଏହି ସବୁ ସମସ୍ୟା ପାଇଁ ଏବେ ଡାକ୍ତରଖାନାରେ କର୍ମଚାରୀଙ୍କ ଅଭାବ ରହିଛି, ଯାହା ପାଇଁ ଏମ୍ସର ଓପିଡି ସେବାକୁ ଆସନ୍ତାକାଲିଠାରୁ ବନ୍ଦ ରହିବ । କିନ୍ତୁ ରୋଗୀମାନେ ଟେଲି ମେଡିସିନ ସର୍ଭିସେସ୍ ଜରିଆରେ ଡ଼ାକ୍ତରଙ୍କ ସହ କଥା ହୋଇ ନିଜ ସମସ୍ୟା ବିଷୟରେ ପରାମର୍ଶ ନେଇପାରିବେ ।

ସେ ଆହୁରି ମଧ୍ୟ କହିଛନ୍ତି, ମାର୍ଚ୍ଚ ୧୯ରେ ଏମ୍ସରେ ପ୍ରଥମ କରୋନା ରୋଗୀ ଭର୍ତ୍ତି ହୋଇଥିଲେ । ସେବେ ଠାରୁ ଆମେ କରୋନା ରୋଗୀଙ୍କ ସହ ଅନ୍ୟ ରୋଗୀଙ୍କ ଚିକିତ୍ସା ମଧ୍ୟ କରିଛୁ । ମାର୍ଚ୍ଚ ୧୯ରୁ ଆଜି ଭିତରେ ଆମେ ୮୫,୨୩୫ରୋଗୀଙ୍କୁ ଓପିଡି ସେବା ଯୋଗାଇ ଦେବା ସହ ୭,୭୨୯ରୋଗୀଙ୍କୁ ଜରୁରୀକାଳୀନ ପରାମର୍ଶ ସେବା ଯୋଗାଇଛୁ । ଏହା ସହ ୩୦୨୭ଟି ସର୍ଜରୀ କରିଛୁ । ପୂର୍ବଭଳି ଆଗକୁ ମଧ୍ୟ ଆମେ ଜରୁରୀ ସେବା ଯୋଗାଇଦେବୁ । କିନ୍ତୁ କାଲିଠାରୁ ଆଗାମୀ ନୋଟିସ ପର୍ଯ୍ୟନ୍ତ ଆମର ଓପିଡି ସେବା ବନ୍ଦ ରହିବ । ଏହା ସହ ଆସନ୍ତାକାଲିଠାରୁ ଏମ୍ସ ଭୁବନେଶ୍ବର ପକ୍ଷରୁ ସ୍ବାସ୍ଥ୍ୟ ଆପ ଲଞ୍ଚ କରାଯାଉଛି, ଯାହା ଜରିଆରେ ରୋଗୀ ନିଜ ସମସ୍ୟାର ସମାଧାନ ପାଇ ପାରିବେ । ତେବେ ଓପିଡି ବନ୍ଦ ରହିଲେ ମଧ୍ୟ ଡାକ୍ତରଖାନାରେ ଅନ୍ୟ ସବୁ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସ୍ବତନ୍ତ୍ର ଭାବେ କିଡନି ରୋଗୀଙ୍କ ଡାଏଲିସିସ୍ ଓ ରେଡିଓଗ୍ରାଫି ଭଳି ଚିକିତ୍ସା ଜାରି ରହିବ ବୋଲି ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି।

Leave A Reply

Your email address will not be published.

15 + 3 =

error: Content is protected !!
Open chat