ରାଜ୍ୟରେ ଆଉ ୫୭୭ କରୋନା ପଜିଟିଭ୍ ଚିହ୍ନଟ : ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲା।

0 398
greentech

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୯/୦୭ : ଆଜି ରାଜ୍ୟରେ ଆଉ ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୧୬ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୧ ଜଣ ଆକ୍ରାନ୍ତ ଅଛନ୍ତି ।

ରାଜ୍ୟରେ ଆଜି ପୁଣି ୫ ଶହ ଟପିଲା ପଜିଟିଭ୍। ଗୁରୁବାର ରାଜ୍ୟରୁ ଆଉ ୫୭୭ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ବାକି ୧୬୧ ଜଣ ଆକ୍ରାନ୍ତ ଲୋକାଲ୍ କେସ୍ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

୨୪ ଘଣ୍ଟା ଭିତରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସାରଣୀ :- ଅନୁଗୁଳ : ୭ , ବାଲେଶ୍ୱର : ୩୦ , ଭଦ୍ରକ : ୨, ବୌଦ୍ଧ : ୫ , କଟକ : ୧୪,ଢେଙ୍କାନାଳ : ୪ , ଗଜପତି : ୧୭, ଗଞ୍ଜାମ : ୨୬୦ , ଜଗତସିଂହପୁର : ୭ , ଯାଜପୁର : ୯ , ଝାରସୁଗୁଡ଼ା : ୧ , କନ୍ଧମାଳ : ୧ , କେନ୍ଦ୍ରାପଡ଼ା : ୩ , କେନ୍ଦୁଝର : ୪୮,ଖୋର୍ଦ୍ଧା : ୫୬ , କୋରାପୁଟ : ୬ , ମାଲକାନଗିରି : ୧ , ମୟୁରଭଞ୍ଜ : ୧୪ , ନୟାଗଡ଼ : ୧ , ପୁରୀ : ୫ , ସମ୍ବଲପୁର : ୩ , ସୁନ୍ଦରଗଡ଼ : ୮୩ ।

Leave A Reply

Your email address will not be published.

fifteen + 16 =

error: Content is protected !!
Open chat