ଲଗାଣ ବର୍ଷାରେ ଯାଜପୁର-ଆରଡ଼ି ଜାତୀୟ ରାଜପଥ-୨୦ର କୟାଁଗୋଲା ବ୍ରୀଜ ନିକଟରେ ଧସିଥିବା ୧୫୦ ଫୁଟ ଆପ୍ରୋଚ ରୋଡର ଅସ୍ଥାୟୀ ମରାମତି ଆରମ୍ଭ

0 462
greentech

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨/୦୮: ଗତ ୨ ତାରିଖର ଲଗାଣ ବର୍ଷାରେ ଭଦ୍ରକ ଜିିିିିିଲ୍ଲା ଅନ୍ତର୍ଗତ ଯାଜପୁର-ଆରଡ଼ି ଜାତୀୟ ରାଜପଥ-୨ ବୋଡକ ଠାରେ କୟାଁଗୋଲା ବ୍ରୀଜର ଆପ୍ରୋଚ ରୋଡରେ ପାଖାପାଖି ଦେଢ଼ଶହ ଫୁଟର ମାଟି ଅତଡ଼ା ସହ ପଥର ଧସିଥିଲା । ଫଳରେ ଏନ.ଏଚ.-୨ ପ୍ରତି ବିପଦ ସୃଷ୍ଟି ହେବା ସହ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ।

ଏହି ଖବର ‘କଳିଙ୍ଗ ଜ୍ୟୋତି‘ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆଜି ରାଜମାର୍ଗ କତ୍ତୃପକ୍ଷଙ୍କ ତରଫରୁ ଉକ୍ତ ସ୍ଥାନରେ ଅସ୍ଥାୟୀ ଭାବେ ମରାମତି କାର୍ଯ୍ୟକ୍ରମ ଆରମ୍ଭ ହେଇଛି । ମାଟି ଅତଡ଼ା ସହ ପଥର ଧସିଥିବା ସ୍ଥାନରେ ବାଲିବସ୍ତା ପକେଇବା ସହ ବାଉଁଶ ରେ ବାଡ଼ ମଧ୍ୟ ବନ୍ଧା ଯାଉଥିବା ଦେଖିବାକୁ ମିଳିଛି । ତେବେ ଆଜି ଘଟଣା ସ୍ଥଳରେ ଜାତୀୟ ରାଜମାର୍ଗ କତ୍ତୃପକ୍ଷଙ୍କ ଏନ.ଏଚ.-୨ର ପାଣିକୋଇଲି ସେକ୍ସନ ଆସିଷ୍ଟାଣ୍ଟ ଇଂଜିନିଅର, ଅସ୍ଥାୟୀ ମରାମତି କାର୍ଯ୍ୟ ଚାଲିଥିବା ଅଞ୍ଚଳ ପରିଦର୍ଶନ କରି ମରାମତି କାର୍ଯ୍ୟ ତଦାରଖ କରିଛନ୍ତି ।

ଏହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ, ମରାମତି କାର୍ଯ୍ୟ ତଦାରଖ କରିବାକୁ ଆସିଥିବା ଇଂଜିନିଅରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ଅସ୍ଥାୟୀ ମରାମତି ହେଲେ ଆଗାମୀ ଦିନରେ ମଧ୍ୟ ଅତଡ଼ା ଖସିବାର ଆଶଂକାକୁ ଏଡାଇ ଦିଆଯାଇ ନ ପାରେ । ଏହା ସହ ସ୍ଥାନୀୟ ଅଞ୍ଚଳବାସୀ ରାଜପଥର ଦୁଇ ପାଖରେ ଥିବା ଗାଡ଼ିଆକୁ ମାଟି ପକାଇ ପୋତିବାକୁ ଜାତୀୟ ରାଜମାର୍ଗ କତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି ।

Leave A Reply

Your email address will not be published.

one × 4 =

error: Content is protected !!
Open chat