ଶ୍ରଦ୍ଧାଳୁଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ନେଇ ଚାଲିଛି ବିଚାର-ବିମର୍ଷ : କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ଭକ୍ତଙ୍କ ଅନଲାଇନ୍ ପଞ୍ଜିକରଣ ମାଧ୍ୟମରେ ଦର୍ଶନ ପ୍ରସ୍ତାବ

0 460
greentech
ଶ୍ରୀମନ୍ଦିର ପରିଚାଳନା କମିଟି ନିକଟରେ ପ୍ରସ୍ତାବ : ପରବର୍ତ୍ତି କାର୍ଯ୍ୟକାରିଣୀ ବୈଠକରେ ମିଳିପାରେ ମଞ୍ଜୁରୀ,

ମହାପ୍ରଭୁଙ୍କ ଦର୍ଶନ ଲାଗି ଅନଲାଇନ୍ ପଞ୍ଜିକରଣ ପ୍ରସ୍ତାବ

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ଲାଗି କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ଭକ୍ତଙ୍କ ପାଇଁ ପ୍ରମାଣପତ୍ର ଦାଖଲ ବାଧ୍ୟତାମୂଳକ ହେବ। 

ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮ : କରୋନା ସଙ୍କଟ ସମୟରେ ଦୀର୍ଘଦିନ ହେବ ଦର୍ଶନ ବନ୍ଦ ରହିବା ପରେ ପୁଣି ଥରେ ଶ୍ରଦ୍ଧାଳୁମାନେ କିପରି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ସେ ନେଇ ବିଚାରବମର୍ଶ ଆରମ୍ଭ ହୋଇଛି। କରୋନା ମହାମାରୀ ପାଇଁ ଦୀର୍ଘ ୪ମାସରୁ ଅଧିକ ଦିନ ହେବ ସମସ୍ତ ଧାର୍ମିକ ପୀଠକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ଏହି କ୍ରମରେ ପୁରୀରେ ବି ଶ୍ରୀଜିଉଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେଉଛନ୍ତି । ତେବେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରାଯିବା ନେଇ ଏକ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରସ୍ତାବ ଗୃହୀତ ହେବା ପରେ କାର୍ଯ୍ୟକାରୀ ହେବ।

ଏହି ପ୍ରସ୍ତାବ ଅନୁସାରେ ଶ୍ରଦ୍ଧାଳୁଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନଲାଇନ୍‌ ପଞ୍ଜିକରଣ କରିବାକୁ ପଡ଼ିବ।  ଏଥିଲାଗି ଏକ ସ୍ବତନ୍ତ୍ର ୱେବସ‌ାଇଟ୍ ଖୋଲାଯିବ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନାଭିଳାଷୀ ଭକ୍ତ ଏଥିଲାଗି ୱେବସାଇଟରେ ନିଜର ନାମ ପଞ୍ଜିକରଣ କରିବେ। ଏହାପରେ ସେମାନେ କୋଭିଡ୍-୧୯ ଗାଇଡଲାଇନ୍ ଅନୁସାରେ ନିଜର ପରିଚୟ ଓ କରୋନା ପରୀକ୍ଷା ରିପୋର୍ଟ ଦାଖଲ କରିବେ। ଏହାପରେ ସେମାନଙ୍କୁ ଦର୍ଶନ ଲାଗି ସମୟ ପ୍ରଦାନ କରାଯିବ। ପ୍ରଥମେ ପୁରୀ ଶ୍ରଦ୍ଧାଳୁଙ୍କୁ ଏହି ଦର୍ଶନ ସୁବିଧା ଦିଆଯିବ ବୋଲି କୁହାଯାଉଛି।

ଅନ୍‌ଲାଇନ୍‌ ଦର୍ଶନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି ବୋଲି ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି। ଏଥିସହିତ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଶ୍ରଦ୍ଧାଳୁଙ୍କୁ ନେଗେଟିଭ୍ ବୋଲି ପ୍ରମାଣ ଦେବାକୁ ପଡ଼ିବ, ଏହା ବାଧ୍ୟତାମୂଳକ ରହିଛି । ତେବେ ଦିନକୁ ନିର୍ଦ୍ଦିଷ୍ଟ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ସୁଯୋଗ ଉପଲବ୍ଧ ହେବ।

Leave A Reply

Your email address will not be published.

four × 4 =

error: Content is protected !!
Open chat