ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ ବୈଷ୍ଣୋ ଦେବୀ ଯାତ୍ରା

0 410
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮ : ଜମ୍ମୁ-କାଶ୍ମୀର : ବୈଷ୍ଣୋ ଦେବୀ ଯାତ୍ରା କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଏବେ ତାଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଜମ୍ମୁ-କାଶ୍ମୀର ପ୍ରଶାସନ ଦୀର୍ଘ ସମୟ ଧରି ବନ୍ଦ ରଖିଥିବା ଧାର୍ମିକସ୍ଥଳକୁ ଆସନ୍ତା ଅଗଷ୍ଟ ୧୬ରୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କରୋନା ସଂକଟକୁ ଦୃଷ୍ଟିରୁରଖି ମାର୍ଚ୍ଚ ୧୯ ତାରିଖରୁ ବୈଷ୍ଣୋ ଦେବୀ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିଲା ।

ତେବେ ସରକାରୀ ଆଦେଶରେ ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ ନେଇ ସେପରି କୌଣସି ଉଲ୍ଲେଖ କରିନଥିବାବେଳେ  ଧାର୍ମିକ ସ୍ଥଳ ଖୋଲିବା ଓ ଯାତ୍ରା ଆରମ୍ଭ ନେଇ ସବୁଜ ସଂକେତ ଦେଇଛି । ତେବେ ସୀମିତ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯାତ୍ରା କରିପାରିବେ ।

ଜମ୍ମୁକାଶ୍ମୀରର ପ୍ରମୁଖ ସଚିବ ରୋହିତ୍‌ କନ୍‌ସଲ କହିଛନ୍ତି ଯେ, ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଜମ୍ମୁ ଓ କାଶ୍ମୀରର ସମସ୍ତ ଧାର୍ମିକ ସ୍ଥଳ ଓ ପୂଜା ସ୍ଥଳ ଖୋଲିବା ନେଇ ନିଷ୍ପତ୍ତ ନିଆଯାଉଛି । ତେବେ ଧାର୍ମିକ ସ୍ଥଳ ଗୁଡିକରେ ଧାର୍ମିକ ସମାବେଶକୁ ଅନୁମତି ଦିଆଯାଇନାହିଁ ।

ଅପରପକ୍ଷରେ ବୈଷ୍ଣୋ ଦେବୀ ଦର୍ଶନ ପାଇଁ ହେଲିକ୍ୟାପ୍ଟରର ଭଡାକୁ ୬୫ ପ୍ରତିଶତ ବୃଦ୍ଧି କରାଯାଇଛି । କଟରାରୁ ସାଞ୍ଝୀ ଛାତ ଯିବା ପାଇଁ ୧୦୪୫ ଟଙ୍କା ପଡୁଥିବାବେଳେ ଏବେ ଏହାକୁ ବଢାଇ ୧୭୩୦ ଟଙ୍କା କରାଯାଇଛି । ପୂର୍ବରୁ ହେଲିକ୍ୟାପ୍ଟରରେ ଯିବା ଆସିବା ପାଇଁ ୨୦୯ ଟଙ୍କା ପଡୁଥିଲା ଏବେ କିନ୍ତୁ ଏହା ୩୪୬୦ ଟଙ୍କାକୁ ବୃଦ୍ଧି ହୋଇଛି

Leave A Reply

Your email address will not be published.

15 − 10 =

error: Content is protected !!
Open chat