ସିବିଏସ୍‌ଇ ପରି ଓଡ଼ିଆ ମାଧ୍ୟମ ସ୍କୁଲ୍‌ ସିଲାବସ୍‌କୁ ବି ହ୍ରାସ କରାଯିବ: ଗଣଶିକ୍ଷା ମନ୍ତ୍ରୀ

0 432
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୩/୦୭ : ଏଣିକି ସିବିଏସ୍‌ଇ ଭଳି ଓଡ଼ିଆ ମାଧ୍ୟମ ସ୍କୁଲ୍‌ରେ ମଧ୍ୟ ପାଠ୍ୟଖସଡ଼ା କମାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏ ବର୍ଷ କରୋନା ପରିସ୍ଥିତି ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ଦେବା ପରେ ଏ ନେଇ ସ୍ପଷ୍ଟ ସୂଚନା ମିଳିଛି।

ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ପିଲାମାନଙ୍କୁ କେତେ ପାଠ ପଢ଼ିବାକୁ ହେବ ସେ ନେଇ ଏସ୍‌ସିଇଆର୍‌ଟି ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ। ସେହିପରି ଯୁକ୍ତ ଦୁଇ ସିଲାବସ୍‌ ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ ବୋଲି ସୂଚନା ରହିଛି।

ଶିକ୍ଷାନୁଷ୍ଠାନ ଖୋଲିବା ପରେ କେତେ ଦିନ ଶିକ୍ଷା ବର୍ଷ ବାକି ଅଛି ତାହାରି ଆଧାରରେ ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ ବୋଲି ଜାଣିବାକୁ ମିଳିଛି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେତେ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ ତାହା ଆଗରୁ ସୂଚୀତ କରାଇ ଦିଆଯିବ ବୋଲିମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

2 × four =

error: Content is protected !!
Open chat