ସେଣ୍ଟ୍ରାଲ ଭିଷ୍ଟା ଉପରେ ରୋକ୍‌ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ, ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

0 242
greentech

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲୁଥିବା ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ନିର୍ମାଣ ଉପରେ ରୋକ୍‌ ଲଗାଯିବ ନାହିଁ। ଦିଲ୍ଲୀ ହାଇକୋର୍ଟ ଏହି ପ୍ରକଳ୍ପ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଛନ୍ତି। ଏହାବ୍ୟତୀତ କୋର୍ଟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ପିଟିଶନ ଦାଖଲ କରିଥିବା ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି।
କୋର୍ଟ ଆବଦେନକାରୀଙ୍କ ଉଦ୍ଦେଶ୍ୟ ଉପରେ ବି ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଏହି ପ୍ରକଳ୍ପକୁ ଜବରଦସ୍ତି ରୋକିବା ଲାଗି ପିଟିଶନ ରୁଜୁ ହୋଇଥିଲା। ସୂଚନାଯୋଗ୍ୟ, ଦିଲ୍ଲୀରେ ତାଲାବନ୍ଦ ଲାଗୁ ହେବା ପରେ ଆବେଦନକାରୀ ପିଟିଶନ ରୁଜୁ କରି ଦିଲ୍ଲୀରେ ଯଦି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି, ତେବେ ଏହି ପ୍ରକଳ୍ପର କାର୍ଯ୍ୟ କାହିଁକି ବନ୍ଦ କରାଯାଉ ନାହିଁ। ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ୫୦୦ରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଛନ୍ତି, ଯାହାଦ୍ବାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି।

Leave A Reply

Your email address will not be published.

twenty − three =

error: Content is protected !!
Open chat