ସେନାମୁଖ୍ୟ ନରଓ୍ୱାଣେ ଲଦାଖରେ ଯବାନଙ୍କୁ ଭେଟିଲେ – ସାହସ, ଉତ୍ସାହ ପାଇଁ ସମ୍ମାନିତ କଲେ।

0 449
greentech

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି),୨୪-୦୬ : ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି ସେନା ମୁଖ୍ୟ ଜେନେରାଲ ଏମ.ଏମ ନରୱାଣେ । ଏହା ସେହି ସ୍ଥାନ ଯେଉଁଠି ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଗସ୍ତର ଦ୍ୱିତୀୟ ଦିନରେ ସେନା ମୁଖ୍ୟ ଆଜି ପୂର୍ବ ଲଦାଖ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଠାରେ ଅବସ୍ଥାପିତ ଯବାନମାନଙ୍କୁ ଭେଟିଛନ୍ତି ସେନାମୁଖ୍ୟ। ସୀମାରେ ଗ୍ରାଉଣ୍ଡର ଜିରୋରୁ ସ୍ଥିତି ସମୀକ୍ଷା କରିବା ସହିତ ଯବାନଙ୍କର ସାହସ, ଚମତ୍କାର କାର୍ଯ୍ୟ, ଉତ୍ସାହ ପାଇଁ ସେମାନଙ୍କୁ ସେନାମୁଖ୍ୟ ସମ୍ମାନିତ କରିଛନ୍ତି।

ସେନା ମୁଖ୍ୟ ଆଜି ଗ୍ରାଉଣ୍ଡ କମାଣ୍ଡରଙ୍କ ସହ ଆଲୋଚନା କରିବେ ଏବଂ ଆଗକୁ ମଧ୍ୟ ପରିଦର୍ଶନ କରିବେ।ଚୀନ୍ ସହ ଚାଲିଥିବା ତିକ୍ତତା ମଧ୍ୟରେ ସେନା ମୁଖ୍ୟ ଜେନେରାଲ୍ ଏମ୍ ନରୱାଣେ ପ୍ରଥମ ଥର ପାଇଁ ମଙ୍ଗଳବାର ଲଦାଖ ଗସ୍ତରେ ଯାଇଥିଲେ। ସେ ପ୍ରଥମେ ଲେହର ମିଲିଟାରୀ ହସ୍ପିଟାଲରେ ପହଞ୍ଚିଥିଲେ, ଯେଉଁଠାରେ ଗଲଓ୍ୱାନ ହିଂସାରେ ଆହତ ଯବାନ ଚିକିତ୍ସିତ ହେଉଛନ୍ତି। ଏହାପୂର୍ବରୁ ବାୟୁସେନା ମୁଖ୍ୟ ମାର୍ଶଲ ଆର କେ ଏସ୍‌ ଭଦୌରିୟା ଲଦାଖ ଗସ୍ତ କରିଥିଲେ।

Leave A Reply

Your email address will not be published.

14 − 6 =

error: Content is protected !!
Open chat