ସେପ୍ଟେମ୍ୱର ୧୪ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

0 420
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୯ : ସେପ୍ଟେମ୍ୱର ୧୪ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଅକ୍ଟୋବର ୧ ଯାଏ ଅଧିବେଶନ ଚାଲିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଇଚ । ସଂସଦର ଉଭୟ ସଦନ ବିନା ଛୁଟିରେ ଏବଂ ଶନିବାର ଓ ରବିବାର ବି ଗୃହ କାର୍ଯ୍ୟ ଚାଲୁ ରହିବ ।

ସୂଚନା ଯେ, ଏହି କରୋନା ଭାଇରସ୍‌ ସମୟରେ ସଂସଦର ଅଧିବେଶନ ଚଳାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।  ଏଥିପାଇଁ  ଯେମିତି ଅଧିକ ଗହଳି ନହୁଏ ସେଥିପାଇଁ ଉଭୟ ଗୃହର ସମୟରେ ପରିବର୍ତ୍ତନ କରାଯିବ ।

ଏହାସହ ଅଧିବେଶନ ସମୟରେ ଜାରି ହୋଇଥିବା କୋଭିଡ୍‌ ନିୟମକୁ ପାଳନ କରାଯିବ । ସାମାଜିକ ଦୂରତା ସହ  ସାନିଟାଇଜେସନ ଉପରେ ଗୁରୁତ୍ୱ ଦିଆଯିବ । କୋଭିଡ୍‌-୧୯କୁ ଦେଖି ସଂସଦ ଭିତରକୁ ସାମ୍ୱାଦିକଙ୍କୁ ପ୍ରବେଶ ପାଇଁ ନିୟମରେ ପରବର୍ତ୍ତନ କରାଯିବ ।

ସୂତ୍ରାନୁସାରେ , ୩୦ରୁ କମ୍‌  ମିଡ଼ିଆ ପାସ୍‌ ଲୋକସଭା ପାଇଁ ଦିଆଯାଇଥିବା ବେଳେ ୨୦ ପାସ୍‌ ରାଜ୍ୟସଭା ପ୍ରୋସିଡିଂ ପାଇଁ ଦିଆଯିବ ।

Leave A Reply

Your email address will not be published.

4 × 1 =

error: Content is protected !!
Open chat