ସ୍ପୁଟ୍‌ନିକ୍-୫ ଟିକା ଦ୍ବାରା କୋଭିଡ୍‌-୧୯ ଗଣଟିକାକରଣ ଆରମ୍ଭ କଲା ମସ୍କୋ

0 409
greentech

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିପକ୍ଷରେ ରୁଷ୍‌ର ପ୍ରଥମ ଗଣଟିକାକରଣର ଶୁଭାରମ୍ଭ କରି ଶନିବାର ଦିନ ୭୦ଟି କ୍ଲିନିକ୍ ଜରିଆରେ ମସ୍କୋ ‘ସ୍ପୁଟ୍‌ନିକ୍‌-୫’ ଟିକା ବଣ୍ଟନ ଆରମ୍ଭ କରିଥିବା କଥା ସେଠାକାର କରୋନାଭାଇରସ୍‌ ଟାସ୍କ୍‌ ଫୋର୍ସ କହିଛି।

କୋଭିଡ୍‌-୧୯ ସଂସ୍ପର୍ଶରେ ଆସିବାର ଅଧିକ ସମ୍ଭାବନା ଥିବାରୁ ଡାକ୍ତର ଏବଂ ଡାକ୍ତରଖାନାର ଅନ୍ୟାନ୍ୟ କର୍ମଚାରୀ, ଶିକ୍ଷକ ଏବଂ ସାମାଜିକକର୍ମୀମାନଙ୍କୁ ସର୍ବ ପ୍ରଥମେ ରୁଷ୍‌ ନିର୍ମିତ ଏହି ଟିକା ମିଳିବ ବୋଲି ଟାସ୍କ୍‌ ଫୋର୍ସ କହିଛି।

ଏ ସଂକ୍ରାନ୍ତରେ ମସ୍କୋର ଜଣେ ଏଲିମେଣ୍ଟାରି ସ୍କୁଲ୍‌ ଶିକ୍ଷକ ପାଇଥିବା ଫୋନ୍ ଟେକ୍‌ଷ୍ଟ୍‌ ମେସେଜ୍‌ରେ ଉଲ୍ଲେଖ ଅଛି, ଏକ ଶିକ୍ଷା ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବାରୁ ମାଗଣାରେ କୋଭିଡ୍-୧୯ ଟିକା ପାଇବା ଲାଗି ଆପଣଙ୍କର ପ୍ରାଧାନ୍ୟତା ରହିଛି।

ରୁଷ୍‌ରେ କରୋନାଭାଇରସ୍‌ ବିସ୍ତାରର କେନ୍ଦ୍ରସ୍ଥଳ ମସ୍କୋରେ ଗତ ରାତି ସୁଦ୍ଧା ୭, ୯୯୩ ନୂଆ ସଂକ୍ରମଣ ପଞ୍ଜିକରଣ କରାଯାଇଛି। ଏହାର ପୂର୍ବଦିନ ସେଠାରେ ନୂତନ ସଂକ୍ରମଣ ସଂଖ୍ୟା ଥିଲା ୬,୮୬୮। ସେପ୍ଟେମ୍ବର ମାସରେ ପ୍ରାରମ୍ଭରେ ରେକର୍ଡ କରାଯାଇଥିବା ଦୈନିକ ସଂକ୍ରମଣ ସଂଖ୍ୟା ଠାରୁ (ପ୍ରାୟ ୭୦୦) ଗତ ଦୁଇ ଦିନର ସଂକ୍ରମଣ ସଂଖ୍ୟା ଯଥେଷ୍ଟ ଅଧିକ।

ଶୁକ୍ରବାର ଦିନ ମସ୍କୋର ମେୟର୍‌ ସର୍ଗେଇ ସୋବିୟାନିନ୍ ତାଙ୍କ ବ୍ୟକ୍ତିଗତ ୱେବ୍‌ସାଇଟ୍‌ରେ ଲେଖିଛନ୍ତି, ପ୍ରଥମ ପାଞ୍ଚ ଘଣ୍ଟାରେ ଟିକା ନେବା ନିମନ୍ତେ ୫୦୦୦ ବ୍ୟକ୍ତି ସାଇନ୍‌ ଅପ୍‌ କରିଛନ୍ତି। ସେମାନେ ହେଉଛନ୍ତି ଆଜିକାଲି ନିଜ ସ୍ବାସ୍ଥ୍ୟ ଓ ଜୀବନକୁ ବିପଦଗ୍ରସ୍ତ କରୁଥିବା ଶିକ୍ଷକ, ଡାକ୍ତର, ସାମାଜିକ କର୍ମୀ।

୬୦ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତିମାନଙ୍କୁ ଏହି ଟିକା ଦିଆଯିବ। କେତେକ ନିର୍ଦ୍ଦିଷ୍ଟ ଅସୁସ୍ଥତା ଭୋଗୁଥିବା ବ୍ୟକ୍ତି, ଅନ୍ତଃସତ୍ତ୍ବା ମହିଳା ଏବଂ ଗତ ଦୁଇ ସପ୍ତାହ ହେବ ଶ୍ବାସକ୍ରିୟାଜନିତ ଅସୁସ୍ଥତା ଥିବା ବ୍ୟକ୍ତିଙ୍କୁ ଏହି ଟି‌କା ନେବା ନିମନ୍ତେ ବାରଣ କରାଯାଇଛି।

ରୁଷ୍‌ ଦୁଇଟି କୋଭିଡ୍‌-୧୯ ଟିକା ବିକଶିତ କରିଛି। ‘ରଷିଆନ୍‌ ଡାଇରେକ୍ଟ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଫଣ୍ଡ୍‌’ ପୃଷ୍ଠପୋଷକତାରେ ‘ସ୍ପୁଟ୍‌ନିକ୍‌-୫’ ପ୍ରସ୍ତୁତ ହୋଇଛି। ଅନ୍ୟଟି ସାଇବେରିଆର ‘ଭେକ୍ଟର୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ତିଆରି କରିଛି। ଉଭୟ ଟିକାର ଚୂଡ଼ାନ୍ତ ପରୀକ୍ଷା ଶେଷ ହୋଇନାହିଁ।

Leave A Reply

Your email address will not be published.

seventeen + 10 =

error: Content is protected !!
Open chat