ସ୍ୱର୍ଗତଃ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୧୯ ତମ ଜନ୍ମ ଜୟନ୍ତୀ ଉପଲେକ୍ଷେ : ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନି :ସମୀର ମହାନ୍ତି

0 421
greentech

ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରାକୁ ନେଇ ଆଜି ବିଜେପି ଦେଶବାସୀଙ୍କ ସେବା କରୁଛି


କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭: ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୧୯ ତମ ଜନ୍ମଜୟନ୍ତୀ । ୧୯୦୧ ଜୁଲାଇ ୬ ତାରିଖରେ ଡ. ମୁଖାର୍ଜୀ ଜନ୍ମଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପି ନେତୃବୃନ୍ଦ ରାଜ୍ୟ କାର୍ଯ୍ୟାଳୟରେ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଛନ୍ତି ।


ସ୍ୱର୍ଗତଃ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ହେଉଛନ୍ତି ବିଜେପି ବିଚାରଧାରା ଏବଂ ରାଜନୈତିକ ଆନେ୍ଦାଳନର ପ୍ରଣେତା । ସ୍ୱର୍ଗତଃ ମୁଖାର୍ଜୀଙ୍କ ନେତୃତ୍ୱରେ ‘ଭାରତୀୟ ଜନସଂଘ’ ପ୍ରତିଷ୍ଠା ହୋଇଥିଲା ଯାହା ପରବର୍ତୀ ଅବସ୍ଥାରେ ‘ଭାରତୀୟ ଜନତା ପାର୍ଟି’ ଭଳି ବଡ ବଟ ବୃକ୍ଷ ଭାବେ ରୂପ ନେଇଛି । ତାଙ୍କ ବିଚାରଧାରାକୁ ନେଇ ଆଜି ବିଜେପି ଦେଶବାସୀଙ୍କ ସେବା କରୁଛି । ସ୍ୱର୍ଗତଃ ମୁଖାର୍ଜୀ ଜଣେ ଦୂରଦ୍ରଷ୍ଟା ଥିଲେ । ଦେଶର ବିକାଶ, ଅର୍ଥନୀତିର ବିକାଶ, ସମାଜିକ ନୀତି ଏବଂ ଦେଶର ରାଷ୍ଟ୍ରୀୟ ସୁରକ୍ଷାନୀତି କିଭଳି ହେବ ସେନେଇ ସେ ସର୍ବଦା କାର୍ଯ୍ୟକରୁଥିଲେ । ସେ କହୁଥିଲେ ‘ଏକ ଦେଶମେଁ ଦୋ ବିଧାନ, ଦୋ ପ୍ରଧାନ, ୱର ଦୋ ନିଶାନ ନହିଁ ଚଲେଙ୍ଗେ ନହି ଚଲେଙ୍ଗେ ।’ ତାଙ୍କ ସ୍ୱପ୍ନ ଆଜି ପୂରଣ ହୋଇଛି । ଅଗଷ୍ଟ ୫, ୨୦୧୯ରେ କାଶ୍ମିରୀରେ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ପରେ କାଶ୍ମିରୀ ଭାରତର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି । ସ୍ୱର୍ଗତଃ ମୁଖାର୍ଜୀଙ୍କ ବଳିଦାନ କେବେ ବି ବ୍ୟର୍ଥଯିବନି ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।


ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଏସି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen + 15 =

error: Content is protected !!
Open chat