![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ମୃତ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ବେଳେ ବିଳମ୍ବ ହେଉଥିବାରୁ ପରିବାର ଲୋକେ ହନ୍ତସନ୍ତ ହେଉଥିବା ବାରମ୍ବାର ଅଭିଯୋଗ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
![](https://i0.wp.com/kalingajyoti.com/wp-content/uploads/2020/09/EikWdOUWkAEPO1P.jpg?resize=587%2C760&ssl=1)
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କୋଭିଡ ଡାକ୍ତରଖାନାମାନଙ୍କ ପାଇଁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ମୃତ୍ୟୁବରଣ କରିଥିବା କୋଭିଡ-୧୯ ପଜିଟିଭ ରୋଗୀଙ୍କ ମୃତ୍ୟୁ ରିପୋର୍ଟ, ବେଡ ଟିକେଟ, ଡାକ୍ତରୀ ତଦନ୍ତ ରିପୋର୍ଟ, କୋଭିଡ ପରୀକ୍ଷା ସ୍ଥିତି ମୃତ୍ୟୁର ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରିବେ । ଏହା ସହିତ ରୋଗୀଙ୍କ ଆଡମିଶନ ବେଳେ ତାଙ୍କର ପୂର୍ବ ରୋଗ, ରୋଗୀଙ୍କ ଶରୀରରେ ଥିବା ଲକ୍ଷଣ ସମ୍ପର୍କରେ ସୂଚନା ସଂଗ୍ରହ କରି ରାଜ୍ୟସ୍ତରୀୟ କମିଟି ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।