![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭ : ଦେଶର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଛାଡ଼ିଦେଲେ ଭାରତରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ ଦୋହରାଇଛି।
![](https://i0.wp.com/kalingajyoti.com/wp-content/uploads/2020/07/download-14-5.jpg?resize=390%2C240&ssl=1)
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ,କିନ୍ତୁ ଭାରତର ମୋଟ ୭୪୦ଟି ଜିଲ୍ଲାରୁ ମାତ୍ର ୫୦ଟି ଜିଲ୍ଲାରେ ୮୦ ପ୍ରତିଶତ କରୋନା ମାମଲା ଚିହ୍ନଟ ହୋଇଛି। ସେହିପରି ଅଧିକାଂଶ ସଂକ୍ରମଣ ମାମଲା କେଉଁଠୁ ଆସିଲା ଓ କେତେଜଣଙ୍କ ସହ କଣ୍ଟାକ୍ଟ ହୋଇଛି ତାହା ୭୨ ଘଣ୍ଟା ମଧ୍ୟରେ ଜଣାପଡ଼ୁଛି। ଏଣୁ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି କୁହାଯାଇପାରିବ ନାହିଁ ।
![](https://kalingajyoti.com/wp-content/uploads/2020/07/thequint-fit_2020-07_73c638be-8a27-4f73-be27-8701e6d99dd6_iStock_1217604283-1024x576.jpg)
ଗୋଷ୍ଠୀ ସଂକ୍ରମଣର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଦିଆଯାଇନାହିଁ । ତେବେ ବିଶେଷଜ୍ଞଙ୍କ ମତରେ ଯେତେବେଳେ ଏକ ସଂକ୍ରମଣର ଉତ୍ସ ଜଣାପଡ଼େ ନାହିଁ, ସେତେବେଳେ ଗୋଷ୍ଠୀ ସଂକ୍ରମଣ ହେଲା ବୋଲି କୁହାଯାଇପାରେ। ସେ କହିଛନ୍ତି ଯେ ଦେଶରେ ଟିକା ବାହାରିବା ପରେ ତାହାକୁ ଏକ ବୃହତ ଅଭିଯାନ ମଧ୍ୟମରେ ଅନେକ ଲୋକଙ୍କୁ ଦିଆଯିବ