ଅକ୍ସଫୋର୍ଡ ଭ୍ୟାକ୍ସିନ COVISHILD ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡିସିଜିଆଇର ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି

0 460
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: କରୋନା ସଙ୍କଟ ମଧ୍ୟରେ କୋଭିଡ ଭ୍ୟାକ୍ସିନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମିଳିଛି ଅନୁମତି । ୨ୟ ଓ ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଡିସିଜିଆଇର ଅନୁମତି ମିଳିଛି । ଅକ୍ସଫୋର୍ଡ ଟିକାର ପରୀକ୍ଷଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ମିଳିଥିବା ଜଣାପଡିଛି ।

ଅକ୍ସଫୋର୍ଡ ଭ୍ୟାକସିନ କୋଭିସିଲଡର ଭାରତରେ ହେବ ମାନବ ପରୀକ୍ଷଣ । ଭାରତରେ ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପାଇଁ ଅନୁମତି ଦେଇଛି ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆ ବା ଡିସିଜିଆଇ । ଟିକା ପ୍ରସ୍ତୁତ କରିବା ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ଥିବା ସେରମ ଇନଷ୍ଟିଚ୍ୟୁଟ୍ ଏହି ମାନବ ପରୀକ୍ଷଣ କରିବ । ଅକ୍ସଫୋର୍ଡ ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀ କ୍ଷଣର ଉତ୍ସାହପ୍ରଦ ଫଳାଫଳ ମିଳିଥିବା ନେଇ ଚଳିତ ମାସର ଆରମ୍ଭରେ ବିଭିନ୍ନ ମେଡିକାଲ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଥିଲା । ଟିକା ଦେବାର ୫୬ ଦିନ ଭିତରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଟି ସେଲ ନିର୍ମାଣ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଥିଲା ।

ଏହି ରିପୋର୍ଟ ପରେ କୋଭିସିଲଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଦେଶର ୫ଟି ସ୍ଥାନରେ ଅକ୍ସଫୋର୍ଡ ଟିକାର ମାନବୀୟ ପରୀକ୍ଷଣ କରାଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ବାୟୋଟେକନୋଲୋଜି ବିଭାଗର ସଚିବ ରେଣୁ ସ୍ୱରୁପ ।

Leave A Reply

Your email address will not be published.

1 × one =

error: Content is protected !!
Open chat