ଜାତିସଂଘରେ ନେପାଳର ବିବାଦୀୟ ମାନଚିତ୍ର ଆବେଦନ ଖାରଜ

0 426
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଦେଶର ଭୌଗୋଳିକ ଅବସ୍ଥିତିକୁ ନେଇ ନୂତନ ନକ୍ସା ଜାରି କରିବା ମାମଲାରେ ନେପାଳକୁ ମିଳିଛି ବଡ଼ ଧକ୍କା । ମିଳିତ ଜାତିସଂଘ ନେପାଳର ନୂତନ ବିବାଦୀୟ ମାନଚିତ୍ରକୁ ଗ୍ରହଣ କରାଯିବ ନାହିଁ କିମ୍ବା ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବରେ ଜବାବ ଦେଇଛି ।

ଚଳିତ ବର୍ଷ ନେପାଳ ଦ୍ୱାରା ଦେଶର ନୂତନ ନକ୍ସାରେ  ଅନେକ ଭାରତୀୟ ଅଞ୍ଚଳ ଯଥା ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନକୁ ନିଜ ଅଧିନସ୍ଥ ଅଞ୍ଚଳ ଭାବେ ଦର୍ଶାଇଥିଲା।  ଏହାକୁ ଭାରତ ପକ୍ଷରୁ ବିରୋଧ କରାଯିବା ସହ ଏପରି କୌଣସି ମାନଚିତ୍ର ଗ୍ରହଣ କରିବ ନାହିଁ ବୋଲି କୁହାଯାଇଥିଲା ।  ୟୁଏନଓ ପକ୍ଷରୁ କୁହାଯାଇଛି ପ୍ରଶାସନିକ କାର୍ଯ୍ୟ ଲାଗି ଏହି କ୍ଷେତ୍ର ସହ ଜଡିତ ଭାରତ, ପାକିସ୍ଥାନ କିମ୍ବା ଚୀନ୍ ମାନଚିତ୍ର ବ୍ୟବହାର କରିବ ନାହିଁ।   ଜାତିସଂଘ  ପକ୍ଷରୁ କୁହାଯାଇଛି ନେପାଳ ଦ୍ୱାରା କରାଯାଉଥିବା ଦାବିକୁ ଏହାର ୱେବସାଇଟରେ ମଧ୍ୟ ସ୍ଥାନ ଦିଆଯିବ ନାହିଁ।

ନୂତନ ନେପାଳୀ ମାନଚିତ୍ରରେ ଭାରତୀୟ ଅଞ୍ଚଳ ଲିମ୍ପିଆଧୁରା, ଲିପୁଲେଖ ଏବଂ କାଲାପାନି ନେପାଳର ଅଂଶ ଭାବେ ଦର୍ଶାଯାଇଛି । ଯାହାକୁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଏନେଇ ନୂଆଦିଲ୍ଲୀ ପକ୍ଷରୁ କାଠମାଣ୍ଡୁ ଉଦ୍ଦେଶ୍ୟରେ କୁହାଯାଇଛି ପୂର୍ବରୁ ନେପାଳର କୌଣସି ମାନଚିତ୍ରରେ ଉକ୍ତ ଭାରତୀୟ ଅଞ୍ଚଳ ସ୍ଥାନ ପାଇନଥିଲା। ଏଥିରୁ ସ୍ପଷ୍ଟ ଯେ ନେପାଳ ସରକାର କୌଣସି ବାହ୍ୟ ଚାପରେ କାର୍ଯ୍ୟ କରୁଛନ୍ତି

Leave A Reply

Your email address will not be published.

19 − seventeen =

error: Content is protected !!
Open chat