ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ

0 471
greentech

ଭୁବନେଶ୍ୱର ୦୬/୦୮/୨୦୨୧ କଳିଙ୍ଗ ଜ୍ଯୋତି: ଚଳିତ ମାସ ୧୬ ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ। ୧୬ରୁ ଶ୍ରେଣୀଗୃହ ଶିକ୍ଷାଦାନ ହେବା ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାସହିତ ହଷ୍ଟେଲ ଖୋଲିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

ଏହି ସୂଚନା ମୁତାବକ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଗଷ୍ଟ ୧୬ରୁ ଖୋଲିବ। ପିଜି ପ୍ରଥମ ବର୍ଷ ଓ ୟୁଜି ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ତେବେ ପିଜି/ୟୁଜି ଫାଇନାଲ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନ୍‌ଲାଇନ୍‌ ମୋଡ଼୍‌ରେ ହିଁ ହେବ।

Leave A Reply

Your email address will not be published.

one × 4 =

error: Content is protected !!
Open chat