ଆଉ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ଼ ନୁହେଁ, ଏଣିକି ମେଜର ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ଼

0 507
greentech

ନୂଆଦିଲ୍ଲୀ ୦୬/୦୮/୨୦୨୧ କଳିଙ୍ଗ ଜ୍ଯୋତି : ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ଼କୁ ଏଣିକି ମେଜର୍‌ ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ଼ କୁହାଯିବ। ମେଜର୍‌ ଧ୍ୟାନ ଚାନ୍ଦ୍‌ଙ୍କ ନାମରେ ଖେଳ ରତ୍ନ ପୁରସ୍କାର ନାମିତ ହେବା ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମାନୁସାରେ ନାମିତ ଥିବା ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନକୁ ଏଣିକି ଭାରତର ଅନ୍ୟତମ ‌ସର୍ବଶ୍ରେଷ୍ଠ ହକି ଖେଳାଳିଙ୍କ ସମ୍ମାନାର୍ଥେ ‘ମେଜର୍ ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ’ କୁହାଯିବ।

ଏ ସଂକ୍ରାନ୍ତରେ ମୋଦୀ ଆଜି ଟ୍ବିଟ୍‌ କରି କରି କହିଛନ୍ତି ଯେ, ମେଜର୍‌ ଧ୍ୟାନ ଚାନ୍ଦ୍‌ଙ୍କ ନାମାନୁସାରେ ଖେଳ ରତ୍ନ ଆୱାର୍ଡକୁ ନାମିତ କରିବା ପାଇଁ ସମଗ୍ର ଭାରତ ବର୍ଷରୁ ଦୀର୍ଘ ଦିନ ଧରି ନାଗରିକମାନେ ଅନୁରୋଧ କରି ଆସିଛନ୍ତି। ସେମାନଙ୍କ ପ୍ରସ୍ତାବ ପାଇଁ ଧନ୍ୟବାଦ ଜ୍ଞାପନ କରୁଛି। ସେମାନଙ୍କର ଭାବାବେଗକୁ ସମ୍ମାନ ଜଣାଇ ଏଣିକି ଖେଳ ରତ୍ନ ଆୱାର୍ଡକୁ ‘ମେଜର୍ ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ’ କୁହାଯିବ! ଜୟ ହିନ୍ଦ୍‌!

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଭାରତ ପ୍ରତି ସମ୍ମାନ ଓ ଗୌରବ ଆଣିଥିବା ଅଗ୍ରଣୀ କ୍ରୀଡ଼ାବିତଙ୍କ ମଧ୍ୟରେ ମେଜର୍‌ ଧ୍ୟାନ ଚାନ୍ଦ୍‌ ଅନ୍ୟତମ। ତାଙ୍କ ନାମାନୁସାରେ ଆମ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ନାମିତ ହେବା ଯଥାର୍ଥ।

Leave A Reply

Your email address will not be published.

thirteen + 1 =

error: Content is protected !!
Open chat