ଅଗଷ୍ଟ ୫ ତାରିଖରେ ଟାଇମ୍ସ ସ୍କୋୟାର୍‌ରେ ପ୍ରଦର୍ଶିତ ହେବ ପ୍ରଭୁ ଶ୍ରୀରାମଙ୍କ ଛବି

0 359
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭: ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ହେବ। ସମଗ୍ର ଭାରତ ବାସିନ୍ଦା ଏହି ଦିନରେ ଉତ୍ସବ ମନାଇବେ। ତେବେ ଖାଲି ଭାରତରେ କାହିଁକି ବିଦେଶରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଉତ୍ସବ ମନାଯିବ।

ଅଗଷ୍ଠ ୫ ତାରିଖରେ ଆମେରିକା ଆଇକନିକ୍‌ ଟାଇମ୍ସ ସ୍କୋୟାରର ବିଶାଳ ହୋର୍ଡିଂରେ ପ୍ରଭୁ ଶ୍ରୀରାମଙ୍କ ଛବି ଏବଂ ଅଯୋଧ୍ୟାରେ ବିଶାଳ ରାମ ମନ୍ଦିରର ଏକ ଥ୍ରିଡି ଚିତ୍ର ପ୍ରଦର୍ଶିତ ହେବ।

ଆମେରିକାନ୍‌ ଇଣ୍ଡିଆ ପବ୍ଲିକ୍‌ ଆଫେୟାର୍‌ସ କମିଟି ଅଧ୍ୟକ୍ଷ ଜଗଦିଶ ସେୱାନୀ କହିଛନ୍ତି, ନ୍ୟୁୟର୍କରେ ଏହି ଐତିହାସିକ ମୁହୂର୍ତ୍ତକୁ ମନାଇବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଅଗଷ୍ଟ ୫ ସକାଳ ୮ଟାରୁ ଆରମ୍ଭ କରି ରାତି ୧୦ଟା ପର୍ଯ୍ୟନ୍ତ ପ୍ରଭୁ ଶ୍ରରାମଙ୍କ ଛବି, ଭିଡିଓ, ଥ୍ରିଡି ଚିତ୍ର , ମନ୍ଦିର ଡିଜାଇନ୍‌ ଏବଂ କଳାକୃତ୍ତି ଏବଂ ଏଥିସହ ମୋଦୀଙ୍କ ଦ୍ବାରା ଶିଳାନ୍ୟାସର ଫ‌ଟୋ ମଧ୍ୟ ବିଭିନ୍ନ ହୋର୍ଡିଂରେ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି। ଭାରତୀୟ-ଆମେରିକୀୟମାନେ ମଧ୍ୟ ଅଗଷ୍ଟ ୫ ତାରିଖରେ ଟାଇମ୍ସ ସ୍କୋୟାର ନିକଟରେ ଏକତ୍ରିତ ହୋଇ ଉତ୍ସବ ମନାଇବେ ।

Leave A Reply

Your email address will not be published.

3 × one =

error: Content is protected !!
Open chat