ଅନଲକ୍-୪: ଭାରତୀୟ ରେଳବାଇ ଦେଶରେ ଆଉ ୧୦୦ ଯୋଡା ନୂଆ ‘ସ୍ପେଶାଲ ଟ୍ରେନ’ ଚଳାଇବାକୁ ପ୍ରସ୍ତୁତ ହେଉଛି

0 551
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୯ : କରୋନା ଭାଇରସ୍ ସଙ୍କଟ ସମୟରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଭାରତୀୟ ରେଳବାଇ ଅନଲକ୍-୪ରେ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯାଉଛି । ରେଳବାଇ ପ୍ରାୟ ୧୦୦ଟି ନୂଆ ସ୍ପେଶାଲ୍‌ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେଉଛି । ସେପ୍ଟେମ୍ବର ୧ ଠାରୁ ଦେଶରେ ଅନଲକ୍ ୪ ଆରମ୍ଭ ହୋଇଛି । ବର୍ତ୍ତମାନ ରେଳବାଇ ୩୦ଟି ରାଜଧାନୀ ଟ୍ରେନ୍ ସମେତ ସ୍ପେଶାଲ୍ ଟ୍ରେନ୍ ନାମରେ ମୋଟ ୨୩୦ଟି ଏକ୍ସପ୍ରେସ ଟ୍ରେନ୍ ଚଳାଉଛି ।

ଏହି ସ୍ପେଶାଲ୍‌ ଟ୍ରେନଗୁଡ଼ିକୁ ଚଳାଇବା ପାଇଁ ରେଳବାଇ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା ଜାରି ରଖିଛି । ଗୃହ ମନ୍ତ୍ରଣାଳୟ ଠାରୁ ସବୁଜ ସଙ୍କେତ ପାଇବା ପରେ ଏହି ନୂଆ ସ୍ପେଶାଲ୍‌ ଟ୍ରେନଗୁଡ଼ିକ ଚଳାଚଳ କରିବ । ଯେଉଁ ୧୦୦ଟି ଟ୍ରେନ୍‌ ଚଳାଇବାକୁ ରେଳବାଇ ପ୍ରସ୍ତୁତ ହେଉଛି ସେଗୁଡ଼ିର ନାମ ବି ‘ସ୍ପେଶାଲ୍ ଟ୍ରେନ୍‌’ ରଖାଯିବ । ଏହି ଟ୍ରେନଗୁଡ଼ିକ ଉଭୟ ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଚାଲିବ । ରେଳ ମନ୍ତ୍ରଣାଳୟ ପର୍ଯ୍ୟାୟକ୍ରମେ ରେଳ ସେବା ପୁଣି ଥରେ ସ୍ୱାବାବିକ କରିବା ବିଷୟରେ ଆଲୋଚନା କରୁଛି । ଉତ୍ସବର ସିଜିନ‌ ଦଶହରା ଓ ଦୀପାବଳୀକୁ ଆଖିରେ ରଖି ରେଳବାଇ ନୂଆ ସ୍ପେଶାଲ୍‌ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେଉଛି । ଏହା ଦ୍ୱାରା ଯାତ୍ରୀମାନଙ୍କ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ ଓ ଯାତ୍ରୀମାନେ କରୋନାର ଏହି ସଙ୍କଟମୟ ସମୟରେ ସୁରକ୍ଷିତ ଯାତ୍ରା କରିପାରିବେ ।

କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମାର୍ଚ୍ଚ ୨୨ ତାରିଖରୁ ଯାତ୍ରୀବାହୀ ଟ୍ରେନ୍ ଓ ମେଲ୍ / ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଥିଲା । ଦେଶରେ ପ୍ରଥମ ଥର ପାଇଁ ରେଳ ସେବା ଏମିତି ଭାବେ ବନ୍ଦ କରାଯାଇଥିଲା । ଦେଶରେ ପ୍ରବାସୀ ଶ୍ରମିକମାନେ ଏଠି ସେଠି ଫସି ରହିଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚାଇବା ପାଇଁ ମେ ୧ ତାରିଖରୁ ରେଳବାଇ ସ୍ପେଶାନ୍ଲ୍‌ ଟ୍ରେନ୍ ଚଳାଇଥିଲା । ମେ ୧୨ ତାରିଖରୁ ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନର ମାର୍ଗରେ କିଛି ସ୍ୱତନ୍ତ୍ର ଟ୍ରେନ୍ ଚଳାଯାଇଥିଲା ଓ ତା’ପରେ ଜୁନ୍ ୧ରୁ ୧୦୦ ଯୋଡ଼ା ଟ୍ରେନ୍ ଆରମ୍ଭ କରାଯାଇଥିଲା ।

ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବା ପୂର୍ବ ଅପେକ୍ଷା ମହଙ୍ଗା ହେବାକୁ ଯାଉଛି । ଯାତ୍ରୀମାନଙ୍କୁ ବଡ଼ ରେଳ ଷ୍ଟେସନରୁ ଟ୍ରେନ୍ ଧରିବା ପାଇଁ ପୂର୍ବ ଅପେକ୍ଷା ଅଧିକ ଷ୍ଟେସନ ୟୁଜର୍ ଫି ଦେବାକୁ ପଡ଼ିବ । ରେଳବାଇ ଏହି ପଦକ୍ଷେପକୁ ୟୁଜର୍‌ ଡେଭଲପମେଣ୍ଟ୍‌ ଫି (UDF) ଭାବରେ ନେଉଛି । UDF ସେହି ରେଳ ଷ୍ଟେସନ ଗୁଡ଼ିକ ପାଇଁ ହେବ ଯେଉଁ ଗୁଡ଼ିକୁ ଘରୋଇ କମ୍ପାନୀ ଗୁଡିକ ଦ୍ୱାରା ରିଡେଭଲପମେଣ୍ଟ‌ ପ୍ରକଳ୍ପ ଅଧୀନରେ ତିଆରି କରାଯିବ । ଏହି ଷ୍ଟେସନ ଗୁଡ଼ିକରେ ସବୁ ପ୍ରକାରର ଆଧୁନିକ ସୁବିଧା ଉପଲବ୍ଧ ହେବ । ଏହି ପ୍ରାଇଭେଟ‌ କମ୍ପାନୀଗୁଡ଼ିକ ଏହି ଷ୍ଟେସନ ଗୁଡିକର ବ୍ୟାବସାୟିକ କାର୍ଯ୍ୟ ବି ସମ୍ଭାଳିବେ ।

Leave A Reply

Your email address will not be published.

five + fifteen =

error: Content is protected !!
Open chat