ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ ପରେ ମୁସଲିମ ନେତାଙ୍କ ଧମକ, “ମନ୍ଦିର ଭାଙ୍ଗି ମସଜିଦ ତିଆରି କରିବୁ”

0 455
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୮: ରାମ ନଗରୀ ଅଯୋଧ୍ୟାରେ ବହୁ ବର୍ଷ ପରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ହେବାର ଦିନେ ପରେ ଅଲ ଇଣ୍ଡିଆ ଇମାମ ଏସୋସିଏସନ ଅଧ୍ୟକ୍ଷ ଉତ୍ୟକ୍ତ ବୟାନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ଶିଳାନ୍ୟାସ କଲାପରେ ଏସୋସିଏସନ ଅଧ୍ୟକ୍ଷ ମହମ୍ମଦ ସାଜିଦ ରସିଦି ମନ୍ଦିରକୁ ଧ୍ବଂସ କରିଦେବାକୁ ଧମକ ଦେଇଛନ୍ତି |

ସେ କହିଛନ୍ତି ଯେ ରାମ ମନ୍ଦିର ଭାଙ୍ଗି ସେଠାରେ ମସଜିଦ ନିର୍ମାଣ କରାଯିବ | ସେ କହିଛନ୍ତି ବିବାଦିତ ସ୍ଥଳରେ କେବେ ମନ୍ଦିର ହିଁ ନଥିଲା | ସେଠାରେ ବାବ୍ରି ମସଜିଦ ଥିଲା ଏବଂ ସେ ହିଁ ରହିବ |

ସମାଚାର ଏଜେନ୍ସି ମହମ୍ମଦ ରସିଦିଙ୍କ ବୟାନ ଟ୍ୱିଟ କରିଛି | ରସିଦି କହିଛନ୍ତି ଯେ ଇସ୍ଲାମ କହୁଛି ଯେ ଗୋଟିଏ ମସଜିଦ ସବୁବେଳେ ଗୋଟିଏ ମସଜିଦ ହିଁ ରହିବ | ଏହାକୁ ଆଉ କିଛି ନିର୍ମାଣ ପାଇଁ ଭଙ୍ଗାଯାଇ ପାରିବନାହିଁ | ମସଜିଦକୁ ଧ୍ବଂସ କରି ମନ୍ଦିର ତିଆରି କରାଯାଇନଥିଲା | କିନ୍ତୁ ଏବେ ମସଜିଦ ନିର୍ମାଣ ପାଇଁ ମନ୍ଦିର ଧ୍ବଂସ କରାଯାଇପାରିବ ବୋଲି ସେ କହିଛନ୍ତି | 

ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନର ଠିକ ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ବିବାଦିତ ଟ୍ୱିଟ କରି କହିଛି ଯେ ସେଠାରେ ଆଗରୁ ହିଁ ବାବ୍ରି ମସଜିଦ ଥିଲା ଏବଂ ଆଗକୁ ମଧ୍ୟ ରହିବ | ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇ ବୋର୍ଡ କହିଛି ଯେ ଏହି ନିଷ୍ପତ୍ତି ଅନ୍ୟାୟପୂର୍ଣ, ଦମନକାରୀ, ଲଜ୍ଜାଜନକ | ବହୁ ସଂଖ୍ୟକ ତୁଷ୍ଟିକରଣ ଆଧାରରେ ଭୂମିର ପୁନଃନିର୍ଦ୍ଧାରଣ କରାଯାଇଛି |

ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତ୍ୱେହାଦ-ଉଲ ମୁସ୍ଲିମିନର ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମଧ୍ୟ ଏହିଭଳି ଟ୍ୱିଟ କରିଛନ୍ତି | ଓୱେସୀ ବାବ୍ରି ମସଜିଦ ଏବଂ ଏହାର ବିଧ୍ବଂସର ଗୋଟିଏ-ଗୋଟିଏ ଫଟୋ ସେୟାର କରି କହିଛନ୍ତି, ‘ବାବ୍ରି ମସଜିଦ ଥିଲା ଓ ରହିବ | ଇନ୍ସାଅଲ୍ଲାହ’

Leave A Reply

Your email address will not be published.

eighteen + eight =

error: Content is protected !!
Open chat