ସିବିଆଇ ପଞ୍ଝାରେ ରିୟା,ଆଇପିଏସ ଅଧିକାରୀ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଏସଆଇଟି ଟିମ ଗଠନ କଲା ସିବିଆଇ

0 483
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୮: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଔପଚାରିକ ଭାବେ ଏଫଆଇଆର ରୁଜ୍ଜୁ କରିଛି | ସିବିଆଇ ଦ୍ୱାରା ଏହି ମାମଲାରେ ଏକ ଏସଆଇଟି ଗଠନ କରାଯାଇଛି | ମାମଲାରେ ଗୁଜରାଟ କ୍ୟାଡର ଆଇପିଏସ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯାଇଛି | ଗୁଜରାଟ କ୍ୟାଡର ମହିଳା ଆଇପିଏସ ଗଗନଦୀପ ଗମ୍ଭୀର ମଧ୍ୟ ଏହି ଟିମରେ ଅଛନ୍ତି | ସେ ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି |ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଆଜି ସିବିଆଇ ଏହି ଘଟଣାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ୬ ଜଣଙ୍କ ମଧ୍ୟରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ନାଁ ରହିଛି।

ରିୟାଙ୍କ ବ୍ୟତୀତ ଇନ୍ଦରଜିତ ଚକ୍ରବର୍ତ୍ତୀ, ସନ୍ଧ୍ୟା ଚକ୍ରବର୍ତ୍ତୀ, ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସାମ୍ୟୁଏଲ ମିରାଣ୍ଡା, ଶ୍ରୁତି ମୋଦିଙ୍କ ନାଁ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇ ଯାଇଥିବା ବିଜୟ ମାଲ୍ୟାଙ୍କ ଘଟଣାର ତଦନ୍ତ ସିବିଆଇର ଯେଉଁ ଟିମ କରୁଥିଲା ଏବେ ସମାନ ଟିମ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହେବା ପରେ ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ଏହାପରେ ରାଜ୍ୟପାଳ ଓ କେନ୍ଦ୍ର ସରକାର ମଧ୍ୟ ଏଥିରେ ରାଜି ହୋଇଥିଲେ। ତେବେ ଦୁଇଟି ରାଜ୍ୟ ମଧ୍ୟରେ ମାମଲା ଥିବାରୁ ସୁପ୍ରିମକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କର ନଜର ଥିଲା।

ଏହି ମାମଲାରେ ସିବିଆଇ ଟିମ ଖୁବ ଶୀଘ୍ର ଅନେକ ଲୋକେସନରେ ସର୍ଚ୍ଚ ଅପରେସନ କରିବେ | ଏହାସହ ଫରେନସିକ ପ୍ରମାଣ ଏକାଠି କରି ତାକୁ CFSL ଲ୍ୟାବରେ ଯାଞ୍ଚ କରିବା ପରେ ଆଗକୁ କାର୍ଯ୍ୟାନୁଷ୍ଠାନ କରିବେ | ଏହି ମାମଲାରେ ତମାମ ପ୍ରମାଣ ସବୁକୁ ଶୀଘ୍ର ଏକାଠି କରିବା ଆବଶ୍ୟକ କାରଣ ସିବିଆଇ ଯାଞ୍ଚ ରିପୋର୍ଟ ଆଧାରରେ ପ୍ରବର୍ତ୍ତନ ନିର୍ଦେଶାଳୟର ଯାଞ୍ଚ ନିର୍ଧାରିତ | ସିବିଆଇ ଓ ଇଡି ଉଭୟ ଯାଞ୍ଚ ଏଜେନ୍ସିର କାମ କରିବା ତରିକା ଏବଂ ବିଶେଷତ୍ୱ ଭିନ୍ନ ଭିନ୍ନ |

‌୧୯୯୪ ବ୍ୟାଚର ମନୋଜ ଶଶୀଧର ଗୁଜରାଟ କ୍ୟାଡ଼ରର ଆଇପିଏସ ଅଧିକାରୀ ଅଛନ୍ତି ଏବଂ ବର୍ତ୍ତମନ ସଂଯୁକ୍ତ ନିର୍ଦେଶକ ପଦବୀରେ କାର୍ଯ୍ୟରତ ଅଛନ୍ତି | ଗୁଜରାଟରେ ମନୋଜ ଶଶୀଧର ଗୁଇନ୍ଦା ବିଭାଗରେ ଏଡିସନାଲ ଡିଜି ଥିଲେ | ସେ ପୂର୍ବରୁ କମିଶନର ମଧ୍ୟ ଥିଲେ | ଏହାସହ ସେ ପୂର୍ବରୁ ଅନେକ ମହତ୍ଵପୁର୍ଣ ପଦବୀରେ ମଧ୍ୟ ଥିଲେ |ଏତାଙ୍କ ବ୍ୟତୀତ ଡିଆଇଜି ଗଗନଦୀପ ଗମ୍ଭୀର ଓ ଅନୀଲ ଯାଦବ ରହିଛନ୍ତି। ସେମାନେ ବିହାର ପୁଲିସ୍‌ ସହ ଯୋଗାଯୋଗ କରି ବିଭନ୍ନ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ସୁଶାନ୍ତଙ୍କ ବାପା କେକେ ସିଂହ ଆଣିଥିବା ୧୫ କୋଟି ହେରଫେର ମାମଲାରେ ଇଡି ଆଜି ରିୟାଙ୍କ ସହ ସମ୍ପର୍କ ରଖିଥିବା ବିଭିନ୍ନ ଲୋକଙ୍କୁ ଜେରା କରିଛି। ଆସନ୍ତାକାଲି ରିୟାଙ୍କୁ ମଧ୍ୟ ଜେରା କରିବ।

Leave A Reply

Your email address will not be published.

one × 4 =

error: Content is protected !!
Open chat