ଅସଦୁଦ୍ଦିନ ଓୱେସୀଙ୍କୁ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ଗିରିଙ୍କ କଡା ଜବାବ, ଭୂମିପୂଜନ ଦିନ ରାମ ନାମ ଜପ କରନ୍ତୁ ଓୱେସୀ

0 426
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୩୦/୦୭: ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ଭୂମିପୂଜନ ହେବ | ଭୂମିପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସୀ | ଓୱେସୀଙ୍କ ଉପରେ ସାଧୁ ସନ୍ଥଙ୍କ ସବୁଠାରୁ ବଡ ସଂସ୍ଥା ଅଖିଳ ଭାରତୀୟ ଆଖଡ଼ା ପରିଷଦ ଓଲଟା ଟାର୍ଗେଟ କରିଛି | ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ ଓୱେସୀଙ୍କୁ ସନାତନ ଧର୍ମୀଙ୍କ ଆସ୍ଥା ଉପରେ ପ୍ରଶ୍ନ କରିବାର କୌଣସି ଅଧିକାର ନାହିଁ |

ସେ ବୁଝିବା ଦରକାର ଯେ ନରେନ୍ଦ୍ର ମୋଦି ପ୍ରଥମେ ଜଣେ ହିନ୍ଦୁ, ପରେ ଦେଶର ପ୍ରଧାନମନ୍ତ୍ରୀ | ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ ଓୱେସୀ ସବୁ କଥାରେ ରାଜନୀତି କରନ୍ତି ଓ ତାଙ୍କୁ ଦେଶରେ ହେଉଥିବା କୌଣସି ବି ଶୁଭ କାର୍ଯ୍ୟ ପସନ୍ଦ ଆସେନାହିଁ | ମହନ୍ତ ଓୱେସୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ତାଙ୍କୁ ୫ ତାରିଖରେ ଭୂମିପୂଜନ କାର୍ଯ୍ୟକ୍ରମ ଲାଇଭ ଦେଖିବା ସହ ରାମ ନାମ ଜପ କରିବା ଉଚିତ | ୫ ତାରିଖ ଦିନ ଓୱେସୀ ଆଲ୍ଲା ନାମ ଜପ ସହ ରାମ ନାମ ମଧ୍ୟ ଜପ କରିବା ଉଚିତ |

ମହନ୍ତ ନରେନ୍ଦ୍ର ଗିରିଙ୍କ ଅନୁଯାୟୀ, ଓୱେସୀ ନା ନିଜ ଧର୍ମକୁ ଭଲ ଭାବେ ଜାଣିଛନ୍ତି ନା ସନାତନ ଧର୍ମକୁ | ସେ କେବଳ ଦେଶର ପରିବେଶ ଖରାପ କରିବାରେ ଲାଗିଛନ୍ତି | ସନାତନ ଧର୍ମୀଙ୍କ ପାଇଁ ସର୍ବ ପ୍ରଥମ ହେଲା ଧର୍ମ ଓ ପ୍ରଭୁ ଶ୍ରୀରାମ, ସମ୍ବିଧାନ ପରେ | ସେ କହିଛନ୍ତି ସେ ସମ୍ବିଧାନ ଉପରେ ଆସ୍ଥା ରଖନ୍ତି ଏବଂ ସମ୍ମାନ ମଧ୍ୟ କରନ୍ତି କିନ୍ତୁ ସମ୍ବିଧାନ ଭଗଵଂ ଶ୍ରୀରାମଙ୍କ ଉର୍ଦ୍ଧ୍ବରେ ହୋଇପାରିବ ନାହିଁ | ରାମ ମନ୍ଦିର ପ୍ରତିଷ୍ଠା ନେଇ ସାରା ଦେଶରେ ଖୁସିର ମାହୋଲ ରହିଛି ଓ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସମ୍ବିଧାନ ଉଲଙ୍ଘନ ହେବନାହିଁ | କାରଣ ମନ୍ଦିର ନିର୍ମାଣ ସୁପ୍ରିମକୋର୍ଟଙ୍କ ଫଇସଲା ଆଧାରରେ ହେଉଛି |

ସୂଚନାଯୋଗ୍ୟ ଯେ, ଆସନ୍ତା ୫ ତାରିଖରେ ରାମ ମନ୍ଦିର ଭୂମିପୂଜନରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବା ନେଇ ଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସୀ ପ୍ରଶ୍ନ କରିଥିଲେ | ଏହା ସମ୍ବିଧାନ ଶପଥ ବିରୋଧୀ ବୋଲି ସେ କହିଥିଲେ | ଓୱେସୀଙ୍କ ଏହି ମନ୍ତବ୍ୟ ପରେ ମହନ୍ତ ନରେନ୍ଦ୍ର ଗିରି ଏହିଭଳି ଜବାବ ରଖିଛନ୍ତି |

Leave A Reply

Your email address will not be published.

5 × 5 =

error: Content is protected !!
Open chat