ଅନଲକ 3.0 ରେ ଜାରୀ ହେଲା : ଅଗଷ୍ଟ 31 ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ କଲେଜ ସ୍କୁଲ ବନ୍ଦ , ହଟିଲା ନାଇଟ୍‌ କର୍ଫ୍ୟୁ

0 482
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସବୁ ପ୍ରୟାସ ପରେ ସଂକ୍ରମଣ ଥମିବାର ନା ନେଉନି। ତେଣୁ ୪ ପର୍ଯ୍ୟାୟ ଲକ୍‌ଡାଉନ୍ ଶେଷ ପରେ ଦେଶ ସଂମ୍ପ୍ରତି ଅନଲକ୍‌ ପର୍ଯ୍ୟାୟ ଦେଇ ଗତି କରୁଛି। ଜୁଲାଇ ୩୧ ତାରିଖରେ ଅନଲକ୍‌-୨ ସରୁଥିବା ବେଳେ ଏହି ପରିପ୍ରେକ୍ଷୀ​‌ରେ କେନ୍ଦ୍ର୍ ସରକାର ବୁଧବାର ଅନଲକ-୩ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଏହାର ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ। କଣ୍ଟେନମେଣ୍ଟ୍ ଜୋନ୍‌ରେ ପୂର୍ବବତ୍ କଟକଣା ଜାରି ରହିବ।

ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଆଜି ଭାରତ ସରକାର ଅନଲକ-୩ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଏବେ ଜାରି ଲାଗୁ ହୋଇଥିବା ଅନଲକ-୨ର କାର୍ଯ୍ୟକାଳ ଜୁଲାଇ ୩୧ରେ ଶେଷ ହେବ। ତେଣୁ ଏହାପୂର୍ବରୁ ଆଜି କେନ୍ଦ୍ର ସରକାର ଅନଲକ-୩ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଅନଲକ-୩ ପାଇଁ ଗାଇଡଲାଇନ ଜାରି ହୋଇଥିଲେ ହେଁ ଦେଶର ସମସ୍ତ କଣ୍ଟେନମେଣ୍ଟ ଜୋନରେ ଆସନ୍ତା ୩୧ ଯାଏ କଡ଼ାକଡ଼ି ଭାବେ ଲକଡାଉନ ପାଳନ କରିବାକୁ କେନ୍ଦ୍ର ସରକାର କହିଛନ୍ତି।

ଗାଇଡଲାଇନ ଅନୁଯାୟୀ, ପୂର୍ବରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ହେଉଥିବା ରାତ୍ରକାଳୀନ କର୍ଫ୍ୟୁକୁ ଅନଲକ-୩ରେ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି। ଏହାର ଅର୍ଥ ସାଧାରଣ ଲୋକଙ୍କ ଯା’ ଆସ ଉପରେ ଲାଗିଥିବା କଟକଣା ହଟିଯାଇଛି।

ଅଗଷ୍ଟ ୫ ତାରିଖରୁ ଜିମ୍ନାସିୟମ ଓ ଯୋଗ ଇନଷ୍ଟିଚ୍ୟୁଟ ଖୋଲି ପାରିବ। ତେବେ ଏଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଏସଓପି ଜାରି କରିବେ। ଅଗଷ୍ଟ ୧୫ ସ୍ୱାଧୀନତା ଦିବସ କରୋନା କଟକଣା ମଧ୍ୟରେ ପାଳନ କରାଯିବ।

ତେବେ ଅନଲକ-୩ ବେଳେ ସ୍କୁଲ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମାର୍ଚ୍ଚ ମାସରୁ ହିଁ ସ୍କୁଲ କଲେଜ ବନ୍ଦ ରହିଛି। ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଏଗୁଡ଼ିକୁ ପୂର୍ବଭଳି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବନ୍ଦ ନିଷ୍ପତ୍ତି ଅଗଷ୍ଟ ୩୧ ଯାଏ ବଳବତ୍ତର ରହିବ। ହୋଟେଲ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲ ବ୍ୟବସ୍ଥା ରହିବ।

ସେହିପରି ବିମାନ, ମେଟ୍ରୋ, ସିନେମା ହଲ, କ୍ରୀଡ଼ା କାର୍ଯ୍ୟକ୍ରମ, ସାମାଜିକ, ରାଜନୀତିକ, ମନୋରଞ୍ଜନ, ସାଂସ୍କୃତି ଓ ଧାର୍ମିକ କାର୍ଯ୍ୟକଳାପ ମଧ୍ୟ ୩୧ ତାରିଖ ଯାଏ ବନ୍ଦ ରହିବ। ଏହାବାଦ ଥିଏଟର, ବାର୍, ଅଡିଟୋରିୟମ ବି ପୂର୍ବପରି ଖୋଲିବ ନାହିଁ। ପରିସ୍ଥିତି ଦେଖି ଏସବୁ କେବେ ଖୋଲାଯିବ ତା’ର ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଅନଲକ-୩ରେ ପୂର୍ବଭଳି ଆନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଗମନାଗମନ ଓ ମାଲ ପରିବହନକୁ ଅନୁମତି ବଳବତ୍ତର ରହିଛି। ତେବେ ଦୋକାନରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନିୟମ ପାଳନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବୟସ୍କ, ରୋଗାକ୍ରାନ୍ତ, ଶିଶୁମାନଙ୍କୁ ଘରୁ ନବାହାରିବାକୁ ଗାଇଡଲାଇନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ଆଜି କେନ୍ଦ୍ର ଗୃହ ବିଭାଗ ଅନଲକ 3.0 ଜାରି କରିଛନ୍ତି। ଏଥିରେ ସ୍କଲ, କଲେଜ ଏବଂ କୋଚିଂ ସେଣ୍ଟର ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ହେଲେ ଏହି ସମୟରେ ଜିମ୍, ଯୋଗ କେନ୍ଦ୍ର ଖୋଲା ଯାଇପାରିବ। ରାତ୍ରୀରେ ଲୋକମାନେ ଯିବା ଆସିବା କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଏହି ଅନ ଲକ 3.0 ରେ କେନ୍ଦ୍ର ସରକାର 10ଟି ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି। ଜାଣନ୍ତୁ ସେଗୁଡିକ କଣ ରହିଛି…


କରୋନା ଭୂତାଣୁ ପାଇଁ କେନ୍ଦ୍ର ସରକାର ବୁଧବାର ଅନଲକ୍‌-୩ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ଦେଶବାସୀଙ୍କ ପାଇଁ କଟକଣା ସାମାନ୍ୟ କୋହଳ କରାଯାଇଛି। ବିଶେଷକରି ରାତ୍ରକାଳୀନ କର୍ଫ୍ୟୁକୁ ସରକାର ଉଠାଇ ଦେଇଛନ୍ତି। ଏଣିକି ରାତିରେ ସାଧାରଣ ଲୋକ ଯାତାୟାତ କରିପାରିବେ। ତେବେ କଣ୍ଟେନମେଣ୍ଟ ଜୋନଗୁଡ଼ିକ​‌ରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ବୋଲି ଗାଇଡ୍‌ଲାଇନରେ ନିର୍ଦେଶ ରହିଛି।

ଅନ୍ୟପଟେ ଦେଶରେ ଯୋଗ ଶିକ୍ଷାନୁଷ୍ଠାନ ଏବଂ ଜିମ୍‌ନାସିୟମଗୁଡ଼ିକ ଅଗଷ୍ଟ ୫ରୁ ଖୋଲିପାରିବ। କିନ୍ତୁ ଏହି ଅନୁଷ୍ଠାନଗୁଡ଼ିକ ପାଇଁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଜିୟୋର(ଏସଓପି) ଜାରି କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.

two × 3 =

error: Content is protected !!
Open chat