ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଗର୍ଲଫ୍ରେଣ୍ଡ ରିୟାଙ୍କ ବିରୋଧରେ ଏଫଆଇଆର କଲେ ପରିବାର ଲୋକେ ;ଫେରାର୍‌ ହେଲେ ରିୟା; ଖାଲି ହାତରେ ଫେରିଲା ପୋଲିସ !

0 472
greentech
  • ସୁଶାନ୍ତଙ୍କ ପିତା ରିୟାଙ୍କ ବିରୁଦ୍ଧରେ ଦେଲେ FIR, ଲଗାଇଲେ ଅନେକ ଗମ୍ଭୀର ଆରୋପ
  • ବିହାର ପୁଲିସକୁ ଅଙ୍କିତା କହିଲେ, ସୁଶାନ୍ତଙ୍କୁ ନିର୍ଯାତନା ଦେଉଥିଲେ ରିୟା
  • ରିୟା ଚକ୍ରବର୍ତ୍ତୀ ଛାନିଆ, କେସ୍ ଲଢ଼ିବାକୁ ସତୀଶ୍ ମାନସିଂଦେଙ୍କୁ କଲେ ଓକିଲ

ମୁମ୍ବାଇ ୨୯/୦୭ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସୁଶାନ୍ତ ସିଂହଙ୍କ ବାପା ମୁହଁ ଖୋଲିବା ପରେ ଧୀରେ ଧୀରେ ଅନେକ ଗୁମର ଫିଟାଇଛି | ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସୁଶାନ୍ତ ସିଂହଙ୍କ ବାପା ପାଟଣା ଥାନାରେ ଏଫଆଇଆର ରୁଜ୍ଜୁ କରିବା ପରେ ପାଟଣାରୁ ଏକ ପୋଲିସ ଟିମ୍ ମୁମ୍ବାଇରେ ପହଞ୍ଚିଛି | ମାମଲା ରୁଜ୍ଜୁ ପରେ କେସ୍ ଲଢ଼ିବା ପାଇଁ ରିୟା ଦେଶର ମହଙ୍ଗା ଓକିଲଙ୍କ ମଧ୍ୟରୁ ଜଣେ ସତୀଶ୍ ମାନସିଂଦେଙ୍କୁ ହାୟର କରିଛନ୍ତି | ସତୀଶ ମାନସିଂଦେ ସେହି ଓକିଲ ଯିଏ ସଲମାନ ଖାନ୍ ଓ ସଞ୍ଜୟ ଦତ୍ତଙ୍କ କେସ ଲଢ଼ିଥିଲେ | ୧୯୯୩ ମସିହାରେ ମୁମ୍ବାଇ ବିସ୍ଫୋରଣ ମାମଲାରେ ସଞ୍ଜୟ ଦତ୍ତଙ୍କ କେସ୍ ଲଢ଼ିଥିଲେ ଓ ୧୯୯୮ ମସିହାରେ ସଲମାନ ଖାନଙ୍କ ବ୍ଲାକମେଲ୍ କେସ୍ ଲଢ଼ିଥିଲେ |

ପାଟନାରେ ସୁଶାନ୍ତ ସିଂହଙ୍କ ପରିବାର ମାମଲା ରୁଜ୍ଜୁ କରିବା ପରେ ଓକିଲ ସତୀଶଙ୍କ ଜୁନିଅର ଓକିଲ ଆନନ୍ଦିନୀ ଫର୍ଣ୍ଣାଡିଶ ରିୟାଙ୍କ ଘରେ ପହଞ୍ଚିଥିଲେ | ରିୟାଙ୍କ ଘରୁ ବାହାରକୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧି ଆନନ୍ଦିନୀଙ୍କ ସହିତ କଥାବାର୍ତ୍ତା ହେବାକୁ ଉଦ୍ୟମ କରିଥିଲେ କିନ୍ତୁ ସେ ଚୁପଚାପ ସେଠାରୁ ବାହାରି ଯାଇଥିଲେ | 

ପାଟନା ପୋଲିସର ୪ ସଂସଦୀୟ ଟିମ୍ ମୁମ୍ବାଇରେ ପହଞ୍ଚିଛି | ପାଟଣାରେ ରିୟା ଓ ତାଙ୍କ ପରିବାର ବିରୋଧରେ ଆଇପିସି ଧାରା ୩୦୬/୩୪୧/୩୪୨/୩୮୦/୪୦୬/୪୨୦ ରେ ମାମଲା ରୁଜ୍ଜୁ ହୋଇଛି | ପାଟନା ପୋଲିସ ରିୟାଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନେଇ ପଚରାଉଚୁରା କରିପାରେ | ରିୟା ଅନ୍ତରୀଣ ଜାମିନ୍ ପାଇଁ ମଧ୍ୟ ଆବେଦନ କରିପାରନ୍ତି |

ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମାନସିଂଦେ କହିଛନ୍ତି ଯେ ରିୟା ତାଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା ମାମଲାକୁ ପାଟଣାରୁ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି |

କହିବାକୁ ଗଲେ ପୁଣି ଥରେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଜୋର ଧରିଛି । ଆପଣଙ୍କୁ କହିଦେଉଛୁ କି ସୁଶାନ୍ତଙ୍କ ପିତା କେ କେ ସିଂହ ବର୍ତ୍ତମାନ କିଛି ଦିନ ପୂର୍ବେ ରିୟା ଚକ୍ରବର୍ତୀଙ୍କ ଉପରେ ଆରୋପ ଲଗାଇଛନ୍ତି । ଯାହାକି ଆଶ୍ଚର୍ଯ୍ୟକର ଅଟେ । ସୁଶାନ୍ତଙ୍କ ପିତା ପଟନାର ରାଜୀବ ନଗର ଥାନାରେ ରିୟାଙ୍କ ବିରୁଦ୍ଧରେ FIR ଦର୍ଜ କରିଛନ୍ତି । ତାଙ୍କ ଅନୁସାରେ ରିୟା ସୁଶାନ୍ତଙ୍କୁ ବହୁତ ସତ ମିଛ କହି ଟଙ୍କା ନେଇ ଯାଇଛନ୍ତି ।

ଏତିକି ନୁହେଁ ସୁଶାନ୍ତଙ୍କ ପିତା ଏହା ବି ଆରୋପ ଲଗାଇଛନ୍ତି କି ସୁଶାନ୍ତଙ୍କୁ ଆତ୍ମହତ୍ୟା ପଛରେ ରିୟା ପ୍ରତ୍ୟକ ଓ ପରୋକ୍ଷ ଭାବରେ ଜଡିତ ଅଛନ୍ତି । ସୁଶାନ୍ତଙ୍କ ପିତାଙ୍କ ଆରୋପକୁ ଧ୍ୟାନରେ ରଖି ରିୟାଙ୍କ ଉପରେ ଆଇପିସି ଧାରା ୩୪୧, ୩୪୨, ୩୮୦, ୪୦୬, ୩୦୬ ଅନୁସାରେ କେସ ଦର୍ଜ କରାଯାଇଛି ।

ଯାଞ୍ଚ ଉପରେ ନାହିଁ ବିଶ୍ଵାସ

ସୁଶାନ୍ତଙ୍କ ପିତାଙ୍କ କହିବା ଅଟେ କି ଆତ୍ମହତ୍ୟା କେସରେ ମୁମ୍ବାଇ ପୋଲିସ ଦ୍ଵାରା କରାଯାଉଥିବା ଯାଞ୍ଚ ଉପରେ ତାଙ୍କୁ ବିଶ୍ଵାସ ନାହିଁ । ସେଥିପାଇଁ ସେ ଚାହୁଁଛନ୍ତି କି ପଟନା ପୋଲିସ ଏହି ମାମଲାର ଯାଞ୍ଚକୁ ଆଗକୁ ବଢାନ୍ତୁ । କେ କେ ସିଂହ ସୁଶାନ୍ତଙ୍କ ଗର୍ଲଫ୍ରେନ୍ଡ ରହିଥିବା ରିୟା ଚକ୍ରବର୍ତୀ ଓ ତାଙ୍କ ପରିବାର ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ସୁଶାନ୍ତଙ୍କ ପିତାଙ୍କ କହିବା ଅଟେ କି ରିୟା ସୁଶାନ୍ତଙ୍କୁ ଧୋକା ଦେଇଛନ୍ତି ଓ ତାଙ୍କ ଠାରୁ ଟଙ୍କା ନେଇଛନ୍ତି । ଏତିକି ନୁହେଁ ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ବି ଅଲଗା କରି ଦେଇଥିଲେ ।

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ତାଙ୍କର ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ ଚୁପ ବସି ଥିଲା । କିନ୍ତୁ ବର୍ତ୍ତମାନ ପରିବାର ଦ୍ଵାରା କୁହାଯାଇଥିବା ଏହି ସମସ୍ତ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସୁଶାନ୍ତଙ୍କ ପିତାଙ୍କ କହିବା ଅଟେ କି ରିୟାଙ୍କ ସହ ସାକ୍ଷାତ କରିବା ପୂର୍ବରୁ ସୁଶାନ୍ତ ଠିକ ଥିଲେ । ଏମିତି କଣ ହେଲା କି ରିୟାଙ୍କ ସହ ସମ୍ପର୍କରେ ଆସିବା ପରେ ହିଁ ସେ ଅବସାଦକୁ ଚାଲିଗଲେ ।

୨୦୧୯ରେ ସେ ଠିକ ଥିଲେ କିନ୍ତୁ ତାଙ୍କ ଜୀବନରେ ରିୟା ପ୍ରବେଶ କରିବା ପରେ ତାଙ୍କୁ ଫିଲ୍ମ ମିଳିବା ବନ୍ଦ ହୋଇଗଲା । ସୁଶାନ୍ତଙ୍କ ପିତା ଏହା ବି କହିଲେ କି ରିୟା ସୁଶାନ୍ତଙ୍କୁ କହିଥିଲେ କି ସେ ନିଜର ମୋବାଇଲ ନମ୍ବର ବଦଳାଇ ଦିଅନ୍ତୁ ଓ ସେ ନିଜର ସମ୍ପର୍କୀୟମାନଙ୍କ ସହ କଥାବାର୍ତ୍ତା କରନ୍ତୁ ନାହିଁ ।

ରିୟା ଦେଉଥିଲେ ଧମକ

ସୁଶାନ୍ତଙ୍କ ପିତାଙ୍କ ଏହା ବି କହିବା ଅଟେ କି ରିୟା ସୁଶାନ୍ତଙ୍କ ଘରେ କାମ କରୁଥିବା ପୁରୁଣା ସ୍ଟାଫକୁ ହଟାଇ ନୂଆ ଲୋକମାନଙ୍କୁ କାମରେ ରଖିଥିଲେ । ଏହା ସହିତ ରିୟା ସୁଶାନ୍ତଙ୍କୁ ଧମକ ବି ଦେଉଥିଲେ । ରିୟା ସୁଶାନ୍ତଙ୍କୁ କହୁଥିଲେ କି ଯଦି ତୁମେ ମୋର କଥା ମାନିବ ନାହିଁ ତେବେ ମୁଁ ତୁମର ମେଡିକାଲ ରିପୋର୍ଟ ଲିକ କରି ପ୍ରମାଣିତ କରିଦେବି କି ତୁମେ ପାଗଳ ଅଟ । ଯେତେବେଳେ ରିୟାଙ୍କୁ ଅନୁଭବ ହେଲା କି ସୁଶାନ୍ତ ତାଙ୍କର କଥା ମାନୁ ନାହାନ୍ତି ତେବେ ରିୟା ୮ ଜୁନକୁ ସୁଶାନ୍ତଙ୍କ ଘରୁ ବହୁତ ଟଙ୍କା, ଗହଣା, ଲ୍ୟାପଟପ, କ୍ରେଡିଟ କାର୍ଡ, ପାସୱର୍ଡ, ପିନ ନମ୍ବର ଓ ସମସ୍ତ ମେଡିକାଲ ରିପୋର୍ଟ ଇତ୍ୟାଦି ନେଇ ଚାଲି ଯାଇ ଥିଲେ । ଏହା ଛଡା ସୁଶାନ୍ତଙ୍କ କୋଟାକ ମହିନ୍ଦ୍ରା ବ୍ଯାଙ୍କ ର 1011972591 ଆକାଉଣ୍ଟ ରୁ 15 କୋଟି ଟଙ୍କା ଗାୟବ ଅଛି । ସୁଶାନ୍ତଙ୍କ ଏକାଧିକ କ୍ରେଡିଟ କାର୍ଡ ରୁ କେତେ ଟଙ୍କା ସେ ଓ ତାଙ୍କ ପରିବାର ନେଇଛନ୍ତି ସେ ନେଇ ତଦନ୍ତ ହେବା ଆବଶ୍ୟକ ।

ସୁଶାନ୍ତ ପିତା ଆଗକୁ କହିଲେ କି ଏହି ଘଟଣା ପରେ ସୁଶାନ୍ତ ମୋ ଝିଅ ଅର୍ଥାତ ତାହାର ଭଉଣୀକୁ ଫୋନ କରିଥିଲା ଓ କହିଥିଲା କି ରିୟା ମୋତେ କେଉଁଠି ଫସାଇ ଦେବ । ସେ ଏଠୁ ବହୁତ ଜିନିଷ ନେଇ ଚାଲି ଯାଇଛି । ମୋତେ ସେ ଧମକ ବି ଦେଇଛି କି ଯଦି ମୁଁ ତାର କଥା ନ ମାନିବି ତେବେ ସେ ମୋର ସବୁ ମେଡିକାଲ ରିପୋର୍ଟ ମିଡିଆକୁ ଦେଇ ଦେବ । ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ସମୟରେ ପଟନା ପୋଲିସ ଏହି ମାମଲାକୁ ନେଇ ନିଜର ଯାଞ୍ଚ ଆରମ୍ଭ କରି ଦେଇଛି ।

ରିୟାଙ୍କ ସହିତ ଖୁସି ନଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ

ମୁମ୍ବାଇ: ରିୟାଙ୍କ ସହିତ ଖୁସି ନଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ରିୟା ସବୁବେଳେ ତାଙ୍କୁ ନାନା ହଇରାଣ କରୁଥିଲେ। ତେଣୁ ସୁଶାନ୍ତ ରିୟାଙ୍କ ସହିତ ବ୍ରେକ୍‌ଅପ୍ କରିବାକୁ ଚାହୁଁଥିଲେ। ଆଜି ବିହାର ପୁଲିସ୍‌ର ପ୍ରଶ୍ନରେ ଏପରି ଉତ୍ତର ଦେଇଛନ୍ତି ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ।

ଏନେଇ ଅଙ୍କିତା କହିଛନ୍ତି, ସେ ଯେତେବେଳେ ମଣିକର୍ଣ୍ଣିକା ଫିଲ୍ମରେ ଅଭିନୟ କରୁଥିଲେ, ସେତେବେଳେ ସୁଶାନ୍ତ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ମେସେଜ୍ କରିଥିଲେ। ଏହି ସମୟରେ ଦୁହେଁ ଦୀର୍ଘ ସମୟ ଧରି କଥା ହୋଇଥିଲେ। ବୋଲି ଅଙ୍କିତା ପୁଲିସକୁ  କହିଛନ୍ତି। ତେବେ ଏ ବିଷୟରେ ଅଧିକ ଖବର ଜଣାପଡ଼ି ନାହିଁ।

ଅନ୍ୟପଟେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ନିଜ ବାସଭବନରୁ ଫେରାର୍ ହୋଇଯାଇଥିବା ନେଇ ଖବର ପ୍ରକାଶ ପାଇଛି। ସୁଶାନ୍ତଙ୍କ ବାପା ରିୟାଙ୍କ ନାଁରେ ଥାନାରେ ମାମଲା କରିବା ପରେ ବିହାର ପୁଲିସ ରିୟାଙ୍କୁ ଖୋଜି ଖୋଜି ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା। ହେଲା ରିୟା ସେଠାରୁ ଗାଏବ ହୋଇଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଜୁନ ୧୪ ତାରିଖରେ ଆତ୍ମହତ୍ୟା କରିଥିଲେ ବଲିଉଡ୍‌ ସୁପର ଷ୍ଟାର ସୁଶାନ୍ତ ସିଂହ ରାଜପୁତ। ସେବେଠାରୁ ତାଙ୍କ ଆତ୍ମହତ୍ୟାର ତଦନ୍ତ ଚଳାଇଛି ମୁମ୍ବାଇ ପୁଲିସ। ଏହି ମାମଲାରେ ରିୟାଙ୍କ ସହିତ, ଫିଲ୍ମ ମେକର ସଞ୍ଜୟ ଲୀଲ ଭନ୍‌ସାଲୀ, ସୁଶାନ୍ତଙ୍କ ପରିବାର ସଦସ୍ୟ, ଆଦିତ୍ୟ ଚୋପ୍ରା ଓ ଶେଖର କପୁରଙ୍କ ସମେତ ୪୦ ଜଣଙ୍କୁ ଜେରା କରିସାଲିଣି ପୁଲିସ।

Leave A Reply

Your email address will not be published.

two × 1 =

error: Content is protected !!
Open chat