ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ ହାର ୭୮.୭୬% – ପୁଅଙ୍କୁ ପଛରେ ପକାଇଲେ ଝିଅ ।

0 437
greentech
  • ବରଗଡ଼ ଜିଲାରେ ସର୍ବାଧିକ ୮୯.୩୭% ପରୀକ୍ଷାର୍ଥୀ ପାସ ହୋଇଥିବାବେଳେ ନୂଆପଡ଼ା ଜିଲାରେ ସର୍ବନିମ୍ନ ୬୦.୧୮% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ।
  • ୮୧.୯% ଝିଅ ପାସ୍ ଓ ପୁଅଙ୍କ ପାସ ହାର ୭୭.୮% : ପାସ ହାରରେ ପୁଅଙ୍କୁ ପଛରେ ପକାଇଲେ ଝିଅ ।
  • ମଧ୍ୟମା (ସଂସ୍କୃତ) ପରୀକ୍ଷାରେ ୯୭.୧୮% ପାସ କରିଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ୪୦.୧୭% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ।
  • ୩୧ଟି ସ୍କୁଲର ଶୂନ୍ୟ ରେଜଲ୍ଟ ହୋଇଛି : ୧୦୦% ରେଜଲ୍ଟ କରିଛନ୍ତି ୬୭୮ଟି ସ୍କୁଲ ।

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୯ା୦୭ : ଆଜି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବହୁ ପ୍ରତୀକ୍ଷିତ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମାଟ୍ରିକ ପାସ ହାର ୭୮.୭୬% ରହିଛି। ତେବେ ବରଗଡ଼ ଜିଲାରେ ସର୍ବାଧିକ ୮୯.୩୭% ପାସ୍‌ ହୋଇଥିବାବେଳେ ନୂଆପଡ଼ା ଜିଲାରେ ସର୍ବନିମ୍ନ ୬୦.୧୮% ପାସ ହାର ରହିଛି । ସେହିପରି ଚଳିତବର୍ଷ ପୁଣି ଥରେ ବାଜି ମାରିଛନ୍ତି ଝିଅ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ହୋଇଛି । ୮୧.୯୮% ଛାତ୍ରୀ ପାସ୍ କରିଥିବାବେଳେ ୭୭.୮% ଛାତ୍ର ପାସ୍ କରିଛନ୍ତି । ଚଳିତ ବର୍ଷ ମୋଟ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏ୧-ରେ ୧୨୭୯ ଜଣ ପାସ୍‌ ହୋଇଥିବାବେଳେ ଏ୨-୮୪୫୮, ବି୧-୧୮୧୮୮, ବି୨-୩୧୩୨୮, ସି-୪୯୧୫୩, ଡି-୮୯୫୫୬, ଇରେ -୨୨୩୧୯୫ ଜଣ ପାସ୍‌ କରିଛନ୍ତି । ଅନ୍ୟପକ୍ଷରେ ଷ୍ଟେଟ ଓପନ ସ୍କୁଲ ପରୀକ୍ଷାରେ ପାସ୍‌ ହାର ୪୦.୧୮% ହୋଇଛି ।

ଷ୍ଟେଟ ଓପନ ସ୍କୁଲ ପରୀକ୍ଷାରେ ୯୧୨୬ ଜଣଙ୍କ ମଧ୍ୟରୁ ୩୬୫୩ ଜଣ ପାସ୍‌ କରିଛନ୍ତି । ମଧ୍ୟମା(ସଂସ୍କୃତ)ରେ ପାସ୍‌ ହାର ୯୭.୧୮% ହୋଇଛି । ମଧ୍ୟମାରେ ୪୨୫୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୧୩୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୬୭୮ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ପାସ୍‌ ହାର ବଢ଼ିବା ସହିତ ଶୂନ ରେଜଲ୍ଟ କରିଥିବା ସ୍କୁଲ ସଂଖ୍ୟା ମଧ୍ୟ କମିଛି। ଅନ୍ୟପକ୍ଷରେ ୩୧ଟି ସ୍କୁଲରେ କେହି ପାସ୍‌ କରି ନାହାନ୍ତି। ଗତ ବର୍ଷ ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ଥିଲା। କାହିଁକି ରେଜଲ୍ଟ ଖରାପ ହେଲା ସେସବୁର ତର୍ଜମା କରାଯିବ । ତାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ ।


Leave A Reply

Your email address will not be published.

4 × four =

error: Content is protected !!
Open chat