ଆଜି ଭକ୍ତଙ୍କ ପାଇଁ ବାହାରିଲା ଆଡ଼ପ ଅବଢ଼ା

0 202
greentech

ପୁରୀ (କଳିଙ୍ଗ ଜ୍ୟୋତି) ୨୫/୦୬ : ବର୍ଷକରେ ଥରେ ଆଡ଼ପ ଅବଢ଼ା ବାହାରିଥାଏ। ଏଥିପାଇଁ ଭକ୍ତମାନେ ବର୍ଷସାରା ଅପେକ୍ଷା କରି ରହିଥାନ୍ତି। ଆଜି ସକାଳ ଧୂପରେ ବାହାରିଛି ଏହି ଆଡ଼ପ ଅବଢ଼ା। ଏହାକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାଯାଉଛି। ଆଡ଼ପ ଅବଢା ପାଇବାକୁ ଭକ୍ତଙ୍କ ପାଇଁ ଟୋକନ୍ ବ୍ୟବସ୍ଥା କରାଯାଇଛି। ପ୍ରସାଦ ସେବନ ପାଇଁ ବସ୍‌ଷ୍ଟାଣ୍ଡରେ ବ୍ୟବସ୍ଥା କରାଯାଇଛି। ସେଠାକୁ ବୋଝିଆମାନେ ବୋହି ନେଇ ଭକ୍ତମାନଙ୍କୁ ବାଣ୍ଟୁଛନ୍ତି। ତେବେ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁ ଭକ୍ତଙ୍କର ଗହଳି ନାହିଁ।


ଏହା ପୂର୍ବରୁ ଗତକାଲି ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା। ଆଡ଼ପ ମଣ୍ଡରେ ଠାକୁରମାନେ ଅବସ୍ଥାନ କରିବା ବେଳେ ଶ୍ରଦ୍ଧାଳଙ୍କୁ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଗତକାଲି ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ରଥାରୁଢ଼ ତିନି ଠାକୁର। ବିଜେ କାହାଳୀ ବାଜିବା ପରେ ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ସୁଦର୍ଶନ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଏହାପରେ ବଳଭଦ୍ରଙ୍କୁ ସେବାୟତମାନେ ଆଡ଼ପ ମଣ୍ଡପରେ ଅବସ୍ଥାନ କରାଇ ସୁଭଦ୍ରାଙ୍କୁ ପହଣ୍ଡିରେ ନେଇଥିଲେ। ସବା ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ।

Leave A Reply

Your email address will not be published.

19 − eleven =

error: Content is protected !!
Open chat