ବ୍ୟାଙ୍କକୁ ସିଲ୍‌ କଲା ପ୍ରଶାସନ : ବ୍ୟାଙ୍କ ମ୍ୟାନେଜର‌ କରୋନା ପଜିଟିଭ୍‌।

0 317
greentech

ଗଜପତି (ଜ୍ୟୋତି ବ୍ୟୁରୋ) ୨୫/୦୬ : ପାରଳାଖେମୁଣ୍ଡି ଏସ୍‌ବିଆଇ ମୁଖ୍ୟ ଶାଖାରେ କରୋନା । ବ୍ୟାଙ୍କର ମ୍ୟାନେଜର୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ଜଣାପଡିବା ସମ୍ପୃକ୍ତ ବ୍ୟାଙ୍କକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ବ୍ୟାଙ୍କ ସିଲ୍‌ ନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ଅଧିକାରୀ ଜଣକ ଡାଇବେଟିସ୍‌ଆକ୍ରାନ୍ତ ହୋଇଥିବାବେଳେ ସେ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ ଗତ ତିନି ଦିନ ତଳେ ପାରଳାଖେମୁଣ୍ଡିରେ ପହଞ୍ଚିଥିଲେ ।
ପ୍ରାଥମିକ ପର୍ଯ୍ୟାୟରେ ବ୍ୟାଙ୍କର ଦୁଇଟି ଶାଖାକୁ ଏବେ ବନ୍ଦ କରାଯାଇଛି । ଏବେ ଏହାର କର୍ମଚାରୀଙ୍କୁ ହୋମ୍‌ କ୍ବାରେଣ୍ଟିନ୍‌ କରାଯାଉଛି ।

Leave A Reply

Your email address will not be published.

16 + thirteen =

error: Content is protected !!
Open chat