ଆଜି ମଧ୍ୟ ରାତ୍ରିରୁ ୨୪ ଘଣ୍ଟିଆ ଉପଲବ୍ଧ ହେବ ଆରଟିଜିଏସ ସେବା

0 423
greentech

ମୁମ୍ବାଇ : ଆଜି ମଧ୍ୟରାତି (ରବିବାର-ସୋମବାର ରାତି ୧୨ଟା ୩୦ମିନିଟ) ଠାରୁ ଆରଟିଜିଏସ ସେବା ଦିନର ସବୁ ସମୟ ଓ ସପ୍ତାହର ସବୁଦିନ ଉପଲବ୍ଧ ହେବ ।
ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରିବାବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ ଘୋଷଣା କରିଥିଲେ ।

ଏବେ ଆରଟିଜିଏସ ( ରିଅଲ ଟାଇମ୍‌ ଗ୍ରସ ସେଟଲମେଣ୍ଟ) ସେବା ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଉପଲବ୍ଧ ହେଉଛି । ଏହା ମଧ୍ୟ କେବଳ କାର୍ଯ୍ୟ ଦିବସରେ ଉପଲବ୍ଧ ହେଉଛି । କିନ୍ତୁ ଆଜି ରାତି ସାଢେ ୧୨ଟାରୁ ଏହା ଦିନର ସବୁ ସମୟରେ ଓ ସପ୍ତାହର ସବୁଦିନ ଏହି ସେବା ଉପଲବ୍ଧ ହେବ । ଏପରିକି ଛୁଟି ଦିବସମାନଙ୍କରେ ମଧ୍ୟ ଏହି ସେବା ମିଳିବ ।

ସାଧାରଣତଃ ଅଧିକ ପରିମାଣର ଅର୍ଥ ( ୨ ଲକ୍ଷ ଟଙ୍କାରୁ ଅଧିକ) ପ୍ରେରଣ ପାଇଁ ଆରଟିଜିଏସ ସେବା ବ୍ୟବହାର କରାଯାଏ । ପୂର୍ବରୁ ଏହି ସେବା ସକାଳ ୭ଟାରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ଉପଲବ୍ଧ ହେଉଥିଲା । ଗତ ବର୍ଷ ମେ ମାସରେ ଏହାକୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
ଗତ ବର୍ଷ ଡିସେମ୍ବର ମାସରେ ସରକାର ଏନଇଏଫଟି ବା ନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର ବ୍ୟବସ୍ଥାକୁ ୨୪ ଘଣ୍ଟିଆ କରିଥିଲେ ।

Leave A Reply

Your email address will not be published.

three × 2 =

error: Content is protected !!
Open chat