ଆଜି ହେବ ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂହଙ୍କ ଶେଷକୃତ୍ୟ

0 390
greentech

ଭୋପାଳ ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ତାମିଲନାଡୁର କୁନ୍ନୁର ଠାରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁଧବାର ପ୍ରାଣ ହରାଇଥିବା ଗ୍ରୁପ୍‌ କ୍ୟାପଟେନ ବରୁଣ ସିଂହଙ୍କ ପାର୍ଥିବ ଶରୀର ଗୁରୁବାର ବେଙ୍ଗାଲୁରୁରୁ ଭୋପାଳ ଅଣାଯାଇଛି । ମୃତଦେହ ଭୋପାଳର ଭୋଜରାଜ ବିମାନବନ୍ଦରରେ ପହଞ୍ଚିବା ପରେ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଓ ବାୟୁସେନାର ବହୁ ଅଧିକାରୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରେ ହଜାର ହଜାର ଲୋକ ବୀର ଯବାନଙ୍କୁ ଦେଖିବାକୁ ଭିଡ ଲଗାଇଥିଲେ । ଶୁକ୍ରବାର ତାଙ୍କର ଶେଷକୃତ୍ୟ କରାଯିବ ବୋଲି ଜିଲ୍ଲାପାଳ ଅବିନାଶ ଲାବନିୟା କହିଛନ୍ତି ।

ସେ କହିଛନ୍ତି ମୃତଦେହକୁ ବିମାନବନ୍ଦରରୁ ଏୟାରପୋର୍ଟ ରୋଡସ୍ଥିତ ସନସିଟି କଲୋନିରେ ଥିବା ଗ୍ରୁପ କ୍ୟାପଟେନଙ୍କ ବାସଭବନକୁ ନିଆଯିବ । ସେଠାରେ ଶେଷଦର୍ଶନ ନିମନ୍ତେ ରଖାଯିବ । ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଭଦଭଦା ବିଶ୍ରାମ ଘାଟରେ ଅନ୍ତିମ ସଂସ୍କାର କରାଯିବ ।

ଗତ ୮ ତାରିଖରେ କୁନ୍ନୁର ବିମାନ ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ଗ୍ରୁପ କ୍ୟାପଟେନ ବରୁଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପ୍ରଥମେ ୱଲିଂଟନ ଓ ପରେ ତାଙ୍କୁ ବେଙ୍ଗାଲୁରୁକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା । କିନ୍ତୁ ଏକ ସପ୍ତାହ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଗତକାଲି ତାଙ୍କର ପରଲୋକ ଘଟିଥିଲା ।

Leave A Reply

Your email address will not be published.

14 − five =

error: Content is protected !!
Open chat