ଆଧାରକାର୍ଡ ହଜି ଯାଇଛି କି ? ଏଣିକି ବିନା ମୋବାଇଲ ନମ୍ବରରେ ବି ପାଇପାରିବେ ନୂଆ ଆଧାରକାର୍ଡ

0 306
greentech

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ । ଘରୋଇ ହେଉ କିମ୍ବା ସରକାରୀ ବିନା ଆଧାରକାର୍ଡରେ କୌଣସି କାମ ସମ୍ଭବ ନୁହେଁ । କାରଣ ଆଧାର କାର୍ଡ ଏବେ ପ୍ରତିଟି ଲୋକଙ୍କ ପାଇଁ ପ୍ରମୁଖ ପରିଚୟ ପତ୍ର । ଲୋକମାନେ ଏବେ ଆଧାରକାର୍ଡକୁ ସାଙ୍ଗରେ ଧରି ମଧ୍ୟ ଯାତ୍ରା କରୁଛନ୍ତି । ଯଦି ଏଭଳି ପରିସ୍ଥିତିରେ ଆମ ଆଧାରକାର୍ଡ ହଜି ଯାଏ ଆଉ ଆଧାରକାର୍ଡରେ ନମ୍ବର ରେଜିଷ୍ଟର ନଥାଏ କିମ୍ବା ନମ୍ବର ମନେ ନଥାଏ ତେବେ ଅନେକ ହଇରାଣ ହେବାକୁ ପଡେ ।

ୟୁଆଇଡିଏଆଇ ଅନୁସାରେ ଆଧାରକାର୍ଡ ଡାଉନଲୋଡ ପାଇଁ ରେଜିଷ୍ଟର ଫୋନ ନମ୍ବର ଆବଶ୍ୟକ ପଡିଥାଏ । ହେଲେ ଯଦି କେହି ନିଜ ମୋବାଇଲ ନମ୍ବର ରେଜିଷ୍ଟର କରି ନଥିବ ବା ମୋବାଇଲ ନମ୍ବର ମନେ ନଥିବ ସେମାନେ କଣ କରିବେ? ଏହାକୁ ନଜରରେ ରଖି ୟୁଆଇଡିଏଆଇ ଉପଭୋକ୍ତାଙ୍କ ପାଇଁ ଏକ ସହଜ ଉପାୟ ଜାରି କରିଛି । ଏଣିକି ବିନା ଫୋନ ନମ୍ବରରେ ବି ନୂଆ ଆଧାରକାର୍ଡ ଡାଉନଲୋର୍ଡ କରିପାରିବେ ।

ତେବେ ଆସନ୍ତୁ ଜାଣିବା କେମିତି
– ପ୍ରଥମେ ୟୁଆଇଡିଏଆଇର ୱେବସାଇଟକୁ ଯାଇ ଲଗଇନ କରିବେ ।
– ଏହାପରେ ମାଇଁ ଆଧାର ବିକଳ୍ପ ଉପରେ କ୍ଲିକ କରିବେ ।
– ଏବେ ଅର୍ଡର ଆଧାର ରିପ୍ରିଣ୍ଟ ଉପରେ କ୍ଲିକ କରିବେ ।
– ପରେ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର କିମ୍ବା ୧୬ ଅଙ୍କ ବିଶିଷ୍ଟ ଭିଆଇଡି ନମ୍ବର ଭରିବେ । ଏହାପରେ ସିକ୍ୟୁରିଟି କୋର୍ଡ ଦେବେ ।
– ଏହାପରେ ମାଇଁ ମୋବାଇଲ ନମ୍ବର ଇଜ ନଟ ରେଜିଷ୍ଟର ଉପରେ କ୍ଲିକ କରିବେ ।
– ଏବେ ଆପଣ ସେଠାରେ ମୋବାଇ ନମ୍ବର ଦେବେ ଯାହା ଆପଣଙ୍କ ଆଧାରକାର୍ଡ ସହ ରେଜିଷ୍ଟର ନଥିବ ।
– ଏହାପରେ ସେଣ୍ଡ ଓଟିପି ଉପରେ କ୍ଲିକ କରିବେ ।
– ନିୟମ ଓ ସର୍ତ୍ତ ବିକଳ୍ପର ସାମ୍ନା ବକ୍ସରେ କ୍ଲିକ କରିବେ ।
– ଏହାପରେ ସବମିଟ କରିବେ ।
– ଏସବୁ ପରେ ଆପଣଙ୍କ କମ୍ପ୍ୟୁଟର ମନିଟର ଉପରେ ପ୍ରିଭିୟୁ ଆଧାର ଲେଟର ଯିବ ।
– ପରେ ଇ-ଆଧାର ଡାଉନଲୋର୍ଡ ପାଇଁ ଆପଣ ପେମେଣ୍ଟ କରିବେ ।
– ଶେଷରେ ଆପଣ ଆପଣଙ୍କ ଇ-ଆଧାରର ପିଡିଏଫ ଡାଉନଲୋର୍ଡ କରିପାରିବେ ।

ଯଦି ଆପଣ ଆପଣଙ୍କ ଆଧାରକାର୍ଡରେ ମୋବାଇଲ ନମ୍ବର ରେଜିଷ୍ଟର କରିନାହାନ୍ତି ଆଉ ଆଧାର କାର୍ଡ ହଜି ଯାଇଛି, ତେବେ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଭଳି ସହଜ ଉପାୟରେ ଆପଣ ପୁଣି ଆପଣଙ୍କ ଆଧାର କାର୍ଡ ପାଇପାରିବେ । ହେଲେ ଆପଣଙ୍କୁ ଆଧାର ନମ୍ବର ନିହାତି ଭାବେ ମନେ ରଖିବାକୁ ହେବ ।

Leave A Reply

Your email address will not be published.

eleven − three =

error: Content is protected !!
Open chat