ଜିଏସଟି ରାଜସ୍ବ ଉପରେ କରୋନା ମାଡ଼, ମେ’ ମାସରେ ୧ଲକ୍ଷ ୨ ହଜାର କୋଟିକୁ କମିଲା

0 230
greentech

ନୂଆଦିଲ୍ଲୀ : ଏପ୍ରିଲ ମାସର ରେକର୍ଡ ଜିଏସଟି ସଂଗ୍ରହ ପରେ ମେ’ ମାସରେ ଦେଶର ଜିଏସଟି ରାଜସ୍ୱ ୧ ଲକ୍ଷ ୨ ହଜାର କୋଟିକୁ ହ୍ରାସ ପାଇଛି । କରୋନା ମହାମାରୀର ୨ୟ ଲହର କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ କରାଯ଼ାଇଥିବାରୁ ବ୍ୟବସାୟ କାରବାର ପ୍ରଭାବିତ ହୋଇଛି ।

ମେ’ ମାସରେ ସଂଗ୍ରହ ହୋଇଥିବା ୧,୦୨,୭୦୯ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୧୭,୫୯୨ କୋଟି, ରାଜ୍ୟ ଜିଏସଟି ଟ. ୨୨,୬୫୩ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୫୩,୧୯୯ କୋଟି ଟଙ୍କା ଓ ସେସ ୯୨୬୫ କୋଟି ଟଙ୍କା ଅନ୍ତର୍ଭୁକ୍ତ ।
ଗତ ଏପ୍ରିଲମାସରେ ଦେଶର ଜିଏସଟି ଆଦାୟ ସର୍ବକାଳୀନ ରେକର୍ଡ ୧ ଲକ୍ଷ ୪୧ ହଜାର କୋଟିରେ ପହଞ୍ଚିଥିଲା । ମାତ୍ର କରୋନା ମହାମାରୀ ଓ ଲକଡାଉନ ଯ଼ୋଗୁଁ ମେ ମାସରେ ଜିଏସଟି ଆଦାୟ ପ୍ରାୟ ୨୩ ପ୍ରତିଶତ ହ୍ରାସ ପାଇଛି । ତେବେ ଏହା ଜିଏସଟିର ପ୍ରାରମ୍ଭିକ ଆକଳନ । କାରଣ କ୍ଷୁଦ୍ର ବ୍ୟବସାୟୀ ଅର୍ଥାତ୍ ଯ଼େଉଁମାନଙ୍କର ବାର୍ଷିକ କାରବାର ୫ କୋଟିରୁ କମ ସେମାନଙ୍କ ପାଇଁ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଜୁଲାଇ ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ବୃଦ୍ଧି କରାଯ଼ାଇଛି ।ଏଣୁ ମେ ମାସରେ ଜିଏସଟି ସଂଗ୍ରହରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାମିଲ କରାଯ଼ାଇନାହିଁ ।ଏଣୁ ଜୁଲାଇ ପ୍ରଥମ ସପ୍ତାହ ପରେ ହିଁ ମେ ମାସରେ ପ୍ରକୃତ ଜିଏସଟି ରାଜସ୍ବ ପରିମାଣ ଜଣାପଡ଼ିବ ।

Leave A Reply

Your email address will not be published.

4 + fifteen =

error: Content is protected !!
Open chat