ଆସାମ-ମିଜୋରାମ ସଂଘର୍ଷ : ହସ୍ତକ୍ଷେପ କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

0 403
greentech

ଗୁଆହାଟୀ ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି: ସୀମା ବିବାଦକୁ ନେଇ ଆସାମ ଓ ମିଜୋରାମ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ହସ୍ତକ୍ଷେପ କରିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ସଚିବ ଆସନ୍ତା କାଲି ଅର୍ଥାତ ବୁଧବାରଦିନ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରିବେ ।

ଅନ୍ୟପକ୍ଷରେ ଏହି ମାମଲାରେ ମୁଣ୍ଡ ପୁରାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ଗୃହମନ୍ତ୍ରୀ ପୁଣି ଥରେ ବିଫଳ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଘୃଣା ରାଜନୀତି ଯୋଗୁଁ ରାଜ୍ୟମାନଙ୍କ ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି । ଏବେ ଭାରତ ତାହାର ଫଳ ଭୋଗ କରୁଛି ।

ଗତକାଲି ସଂଧ୍ୟାରେ ଆସାମ ଓ ମିଜୋରାମ ସୀମାରେ ହୋଇଥିବା ସଂଘର୍ଷରେ ଆସାମର ୬ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଥିଲେ ଓ ୬୦ ଜଣ ଆହତ ହୋଇଥିଲେ । ଏହା ପରେ ଉଭୟ ପକ୍ଷ ମଧ୍ୟରେ ପଥର ମାଡ଼ ହୋଇଥିଲା । ଏହି ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଓ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥାଙ୍ଗାଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା । ଆସାମ ଇଞ୍ଚେ ବି ଜମି ଛାଡ଼ିବ ନାହିଁ ବୋଲି ଶର୍ମା କହିଛନ୍ତି ।

Leave A Reply

Your email address will not be published.

two × one =

error: Content is protected !!
Open chat