ଆହୁରି ସଶକ୍ତ ହେବ ଏସଟିଏଫ୍‍ : ଉତ୍ସର୍କୀକୃତ ନାର୍କୋଟିକ୍ସ ୟୁନିଟକୁ ମଞ୍ଜୁରୀ

0 314
greentech

ଭୁବନେଶ୍ବର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ନିଶା କାରବାର ଓ ଚାଲାଣ ଉପରେ ରୋକ୍‍ ଲଗାଇବାକୁ ଆହୁରି ସଶକ୍ତ ହେବ ଏସଟିଏଫ୍‍। ଉତ୍ସର୍କୀକୃତ ନାର୍କୋଟିକ୍ସ ୟୁନିଟ୍‍ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏଥିପାଇଁ ୨୭ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ ଦେଇଥିବା ପୋଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି। ୨୭ଟି ନୂଆ ପଦବୀ ସହିତ ଜଣେ ଏସପି ଓ ୩ଜଣ ଡେପୁଟି ଏସ୍‍ପି ନିଯୁକ୍ତ ହେବେ। ଗୋଟିଏ ଏସଟିଏଫ୍‍ ନାର୍କୋଟିକ୍ସ ୟୁନିଟ୍‍ ଓ ଅନ୍ୟଟି ଏସଟିଏଫ୍‍ କ୍ରାଇମ୍‍ ୟୁନିଟ୍‍ ରହିବ। ଏସଟିଏଫର ୨ଟି ୟୁନିଟର ନେତୃତ୍ୱ ନେବେ ଜଣେ ଏସପି। ଏଭଳି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୋଲିସ ଡିଜି ଅଭୟ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.

11 − 5 =

error: Content is protected !!
Open chat