ସାମାନ୍ୟ ଧୀମା ହୋଇଯ଼ାଇଛି ମୌସୁମୀ, ଲଘୁଚାପ ପ୍ରଭାବରେ ପୁଣି ସକ୍ରିୟ ହେବ : ସ୍କାଏମେଟ୍

0 380
greentech

ହାଇଦ୍ରାବାଦ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମୌସୁମୀର କେରଳ ଛୁଇଁବାର ପ୍ରଥମ ୩-୪ ଦିନ ଦ୍ରୁତ ଗତିରେ ବିଭିନ୍ନ ଦକ୍ଷିଣ ରାଜ୍ୟ ଓ ଉତ୍ତର-ପୂର୍ବାଞ୍ଚଳକୁ ଛୁଇଁଥିଲା । ଏହି ସମୟରେ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ ମହାରାଷ୍ଟ୍ର ଆଦି ରାଜ୍ୟରେ ସ୍ବାଭାବିକଠାରୁ ୪୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ତେବେ ପ୍ରଥମ କିଛି ଦିନ ସମୟାନୁବର୍ତ୍ତୀ ରହିବା ପରେ ମୌସୁମୀ ବାୟୁର ଗତି ଟିକିଏ ଧୀମେଇ ଯ଼ାଇଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛନ୍ତି । ଏଣୁ ଗତ ଦୁଇଦିନ ହେଲା ତାମିଲନାଡ଼ୁ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବର୍ଷା ପରିମାଣ କମିଯ଼ାଇଛି ।
ତେବେ ଆଶ୍ବସ୍ତିର ବିଷୟ ହେଉଛି ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ପୁଣି ମୌସୁମୀକୁ ସକ୍ରିୟ କରିବ । ଏହାର ପ୍ରଭାବରେ ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ଠିକ ସମୟରେ ମୌସୁମୀ ସକ୍ରିୟ ହୋଇ ପ୍ରବଳ ବର୍ଷା କରାଇବ । ଏହି ଲଘୁଚାପ ପ୍ରଭାବରେ ୧୦ ତାରିଖଠାରୁ ଆରମ୍ଭ କରି ଜୁନ ୧୫ ପର୍ୟ୍ୟନ୍ତ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବ । ଏପରିକି ଏହି ଲଘୁଚାପ ପ୍ରଭାବରେ ମହାରାଷ୍ଟ୍ରରେ ବି ମୌସୁମୀ ସକ୍ରିୟ ହୋଇ ବର୍ଷା ପରିମାଣକୁ ବୃଦ୍ଧି କରାଇବ ।

Leave A Reply

Your email address will not be published.

nineteen − 18 =

error: Content is protected !!
Open chat