ଓଡିଶା ସରକାରଙ୍କ ବଡ ଘୋଷଣା : କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସଙ୍କ ସମେତ ଫାର୍ମାସିଷ୍ଟ, ରେଡିଓଗ୍ରାଫର ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ମିଳିବ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୭ : କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସଙ୍କ ସମେତ ଫାର୍ମାସିଷ୍ଟ, ରେଡିଓଗ୍ରାଫର ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ମିଳିବ । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
![](https://i0.wp.com/kalingajyoti.com/wp-content/uploads/2020/07/strytutyu.jpg?resize=394%2C221&ssl=1)
ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଦୈନିକ ଏକ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ମିଳିବ । ସେହିଭଳି ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ପରୀକ୍ଷାଗାରର ଟେକ୍ନିସିଆନମାନଙ୍କୁ ଦୈନିକ ୫ ଶହ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପାଇବେ । ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ସରକାର ଦୈନିକ ୨୦୦ ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ପ୍ରୋତ୍ସାହନ ରାଶି ଦିଆଯିବ ।
ସୂଚନାଯୋଗ୍ୟ, ମହାମାରୀ କରୋନା ଭାଇରସ ସଂକଟ ସମୟରେ କରୋନା ଯୋଦ୍ଧାଙ୍କର ଦାୟିତ୍ୱ ବଢ଼ିଯାଇଛି । ବିଶେଷ ଭାବରେ କୋଭିଡ-୧୯ ହସ୍ପିଟାଲରେ କାର୍ଯ୍ୟରତ କୋଭିଡ ଯୋଦ୍ଧାମାନେ ଦିନରାତି କାମ କରୁଛନ୍ତି । ଏମାନଙ୍କର କାର୍ଯ୍ୟ ଓ ସେବା ମନୋବୃତ୍ତି ଯୋଗୁଁ ରାଜ୍ୟରେ ହଜାର ହଜାର କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।