ଓଡିଶା ସରକାରଙ୍କ ବଡ ଘୋଷଣା : କୋଭିଡ ହସ୍‌ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସଙ୍କ ସମେତ ଫାର୍ମାସିଷ୍ଟ, ରେଡିଓଗ୍ରାଫର ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ମିଳିବ

0 334
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୭ : କୋଭିଡ ହସ୍‌ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସଙ୍କ ସମେତ ଫାର୍ମାସିଷ୍ଟ, ରେଡିଓଗ୍ରାଫର ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ମିଳିବ । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ କୋଭିଡ ହସ୍‌ପିଟାଲରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଦୈନିକ ଏକ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ମିଳିବ । ସେହିଭଳି ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ପରୀକ୍ଷାଗାରର ଟେକ୍ନିସିଆନମାନଙ୍କୁ ଦୈନିକ ୫ ଶହ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପାଇବେ । ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ସରକାର ଦୈନିକ ୨୦୦ ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ପ୍ରୋତ୍ସାହନ ରାଶି ଦିଆଯିବ ।

ସୂଚନାଯୋଗ୍ୟ, ମହାମାରୀ କରୋନା ଭାଇରସ ସଂକଟ ସମୟରେ କରୋନା ଯୋଦ୍ଧାଙ୍କର ଦାୟିତ୍ୱ ବଢ଼ିଯାଇଛି । ବିଶେଷ ଭାବରେ କୋଭିଡ-୧୯ ହସ୍‌ପିଟାଲରେ କାର୍ଯ୍ୟରତ କୋଭିଡ ଯୋଦ୍ଧାମାନେ ଦିନରାତି କାମ କରୁଛନ୍ତି । ଏମାନଙ୍କର କାର୍ଯ୍ୟ ଓ ସେବା ମନୋବୃତ୍ତି ଯୋଗୁଁ ରାଜ୍ୟରେ ହଜାର ହଜାର କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.

eighteen − 11 =

error: Content is protected !!
Open chat