“ମୁଁ ବାଇଗଣ ବିକିବାକୁ ଆସିନି” : ପାଇଲଟଙ୍କୁ ଗେହଲଟଙ୍କ ନିଶାନ

0 200
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଟାର୍ଗେଟରେ ପାଇଲଟ । ମରୁଭୂମି ରାଜନୀତିରେ ଝଡ ଥମିନଥିବା ବେଳେ ପାଇଲଟଙ୍କୁ ପୁଣି ଥରେ ସିଧା ନିଶାନା କରିଛନ୍ତି ଗେହଲଟ । କଂଗ୍ରେସ ପିଠିରେ ଛୁରୀ ଭୁଷିବା ଭଳି କାମ କରିଛନ୍ତି ପାଇଲଟ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଗେହଲଟ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଇଲଟଙ୍କୁ ଦଳ କଣ ଦେଇନଥିଲା । କମ ବୟସରୁ ସଚିନଙ୍କୁ ଦଳ ବହୁତ କିଛି ଦେଇଥିଲା । ସାଂସଦ, କ୍ୟାବିନେଟ ମନ୍ତ୍ରୀ, ପିସିସି ସଭାପତି, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏଭଳି ଅନେକ ପଦବୀ ଦେଇଛି ଦଳ । ଏପରିକି ଗତ ୭ ବର୍ଷ ମଧ୍ୟରେ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ କଥା ମଧ୍ୟ ଉଠିନାହିଁ । କାରଣ ଆମେ ଜାଣିଥିଲୁ ଏଥିପାଇଁ ସଚିନ ଆଦୌ ଯୋଗ୍ୟ ନୁହଁନ୍ତି । ଏହାସତ୍ତେ୍ୱ ମଧ୍ୟ ସଚିନଙ୍କ ବିରୋଧରେ କେହି ପଦୁଟିଏ ମଧ୍ୟ କହିନଥିଲେ, ସମସ୍ତେ ତାଙ୍କୁ ସମ୍ମାନ ଦେଇଥିଲେ । କିନ୍ତୁ ସେ ଏମିତି ଖେଳ ଖେଳିବେ ବୋଲି କେହି କଳ୍ପନା ସୁଦ୍ଧା କରିନଥିଲେ । ଏଭଳି କହି ସଚିନଙ୍କୁ ବିଶ୍ୱାସଘାତକର ଟ୍ୟାଗ୍ ଦେଇଛନ୍ତି ଗେହଲଟ ।

ଯେଉଁ ଖେଳ ସଚିନ ଏବେ ଖେଳୁଛନ୍ତି ତାହା ଗତ ମାର୍ଚ୍ଚ ୧୦ ତାରିଖରେ ହେବାକୁ ଥିଲା । ଏପରିକି ଏଥିପାଇଁ ପ୍ରସ୍ତୁତି ମଧ୍ୟ ସରିଥିଲା । କିନ୍ତୁ ଏହି ଘଟଣା ସେତେବେଳେ ସାମ୍ନାକୁ ଆଣିବା ପରେ ସବୁ ଯୋଜନା ପଣ୍ଡ ହୋଇଥିଲା । ଏବେ ସଚିନଙ୍କ ସମର୍ଥନରେ ଯେତେ ଜଣ ଓକିଲ କେସ ଲଢୁଛନ୍ତି ସମସ୍ତ ଦେଶର ନାମୀ ଦାମୀ ଓକିଲ । ଯେଉଁମାନଙ୍କ ଫିସ ଲକ୍ଷ ଲକ୍ଷ ଟଙ୍କା । କଣ ସଚିନ ଓକିଲଙ୍କୁ ଏତେ ଟଙ୍କା ଦେଇ କେସ୍ ଲଢାଉଛନ୍ତି । ଏଭଳି କହି ସଚିନଙ୍କୁ ପ୍ରଶ୍ନବାଣ ମାରିଛନ୍ତି ଗେହଲଟ ।

ଗୋଟିଏ ପଟେ କଂଗ୍ରେସର ଦିଲ୍ଲୀ କ୍ୟାମ୍ପ ପାଇଲଟଙ୍କୁ ଦଳକୁ ଫେରାଇ ଆଣିବା ଉପରେ ଜୋରଦାର ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ପ୍ରତିଦିନ ସଚିନଙ୍କୁ ଟାର୍ଗେଟ କରୁଛନ୍ତି ଗେହଲଟ । ଏଭଳି ସ୍ଥିତିରେ ସଚିନଙ୍କ ଆଗାମୀ କାର୍ଯ୍ୟପନ୍ଥା କଣ ରହିବ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।

ପୁଣିଥରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟଙ୍କ ଉପରେ କଠୋର ଟିପ୍ପଣୀ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ତାଙ୍କର ଏକ ସାଢ଼େ ୩ ମିନିଟର ଭିଡ଼ିଓରେ ସେ ପାଇଲଟଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । କହିଛନ୍ତି ସରଳ ଦିଶୁଥିବା, ଭଲ ଇଂରାଜୀ-ହିନ୍ଦି କରି ଦେଶର ମିଡ଼ିଆକୁ ପ୍ରଭାବିତ କରିପାରୁଥିବା ଲୋକ ନିକମ୍ମା ଓ ନକରାତ୍ମକ ମନୋଭାବ ସମ୍ପନ୍ନ । ସେ କିଛି କରୁ ନ ଥିଲେ ଖାଲି ଲୋକଙ୍କୁ ନିଜନିଜ ମଧ୍ୟରେ ଲଢ଼ୋଉଥିଲେ । କିନ୍ତୁ ମୁଁ ବି ଏଠିକୁ ବାଇଗଣ, ପରିବା ବିକ୍ରି କରିବାକୁ ଆସିନାହିଁ । ମୁଁ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଅଶୋକ ଗେହଲଟ ।

ରାଜସ୍ଥାନରେ ବିଧାୟକଙ୍କ କିଣାବିକା ପ୍ରସଙ୍ଗକୁ ନେଇ ଗେହଲଟ ପାଇଲଟଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ପାଇଲଟ ଅତ୍ୟନ୍ତ ନିମ୍ନମାନର ଖେଳ ଖେଳିଛନ୍ତି । ତାଙ୍କ ଉପରେ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କର ପୁରା ବିଶ୍ବାସ ଥିଲା, ମାତ୍ର ସେ ନିଜକୁ ସାବ୍ୟସ୍ତ କରିପାରିଲେ ନାହିଁ । ତାଙ୍କୁ କମ୍ ବୟସରେ କେନ୍ଦ୍ର ମନ୍ତ୍ରୀ ପଦ ଦିଆଯାଇଥିଲା, ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା । ଏତେ କମ୍ ସମୟରେ ଏତେ ଉପରକୁ ଉଠିବା ପରେ ସେ ଗତ ୬ ମାସ ହେଲା ବିଜେପି ସହ ମିଶି ଷଡ଼ଯନ୍ତ୍ର କରୁଥିଲେ ।

ଗେହଲଟ କହିଛନ୍ତି ଗତ ୭ ବର୍ଷ ଧରି ଆମେ କେବେ ପିସିସି ସଭାପତି ବଦଳାଇବାକୁ ଦାବି କରି ନ ଥିଲୁ । ପାଇଲଟଙ୍କ ବିରୋଧରେ ଶବ୍ଦଟିଏ ମଧ୍ୟ କହି ନ ଥିଲୁ । କଂଗ୍ରେସ ତାଙ୍କୁ ରାଜ୍ୟ ଅଧ୍ୟକ୍ଷ ପଦରୁ ହଟାଇବାକୁ ଚାହୁଁଥିବା ଏକ ଖବର ଆପଣମାନେ କେବେ ପଢ଼ି ନ ଥିବେ । ଯଦିଓ ସେ ନିକମ୍ମା ଥିଲେ ଓ କିଛି କାମ କରୁ ନ ଥିଲେ, ତଥାପି ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଦିଆଯାଇଥିଲା ।

ହରିଶ ସାଲଭେ ଓ ମୁକୁଳ ରୋହତଗୀ ୫୦ ଲକ୍ଷ ଟଙ୍କା ଲେଖାଏଁ ଫି ନେଉଛନ୍ତି । ପାଇଲଟ ଏତେ ଟଙ୍କା କେଉଁଠୁ ଦେଉଛନ୍ତି । ମୁଁ ପ୍ରଥମରୁ କହି ଆସୁଛି ସେ ଷଡ଼ଯନ୍ତ୍ର କରୁଛନ୍ତି । ମାତ୍ର କେହି ବିଶ୍ବାସ କରୁ ନ ଥିଲେ । ପ୍ରଥମେ ମାର୍ଚ ୧୦ ତାରିଖରେ ଷଡ଼ଯନ୍ତ୍ର ହୋଇଥିଲା, ୧୧ ମାର୍ଚରେ ସେ ମାନେସର ଯାଇଥିଲେ । ମୁମ୍ବାଇର କିଛି ବଡ଼ବଡ଼ କର୍ପୋରେଟ ହାଉସ ତାଙ୍କୁ ପାଣ୍ଠି ଯୋଗାଉଛନ୍ତି ।

ଗେହଲଟ କହିଛନ୍ତି ଯେ ପାଇଲଟ୍ ଲୁଚିଲୁଚି ଦିଲ୍ଲୀ ଯାଉଥିଲେ । ନିଜେ ଗାଡ଼ି ଚଳାଉଥିଲେ । ଏହି କାମ ବିଜେପି ନେତାମାନେ ମଧ୍ୟ କରୁଥିଲେ । ଗୁରୁଗାଓଁରେ ବିଧାୟକମାନଙ୍କୁ ବନ୍ଧକ ରଖାଯାଇଛି । ସେଠାରେ ତାଙ୍କ ମୋବାଇଲ ଛଡ଼େଇ ନିଆଯାଇଛି । ସେମାନେ କାନ୍ଦୁଛନ୍ତି । କେହିକେହି ୱେଟରଠାରୁ ଫୋନ ନେି କଥା ହୋଇଛନ୍ତି । ମାତ୍ର ଏଠି ଆମ ନେତାମାନେ ଖୋଲାଖୋଲି ବୁଲୁଛନ୍ତି ।

ଯେଉଁପରି ପୁରା ଖେଳ ଖେଳାଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ ବି ଯୁବ ସାଥୀ, ସେ ଭବିଷ୍ୟତରେ କଂଗ୍ରେସ ପାଇଁ ସମ୍ବଳ ସାବ୍ୟସ୍ତ ହେବେ । ମାତ୍ର ସେ ଗୁରୁଗାଓଁର ହୋଟେଲରେ ଗୁଣ୍ଡା ଜଗାଇଛନ୍ତି । କାହାରିକୁ ବାହାରକୁ ଛାଡ଼ିବାକୁ ଦିଆଯାଉନାହିଁ ବୋଲି ଗେହଲଟ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

eighteen + eight =

error: Content is protected !!
Open chat