ଓଲିଙ୍କ ବିବାଦୀୟ ‘ଅଯୋଧ୍ୟା’ ବୟାନ ନେଇ ସଫେଇ ଦେଲା ନେପାଳ ବୈଦେଶିକ ମନ୍ତ୍ରାଳୟ

0 414
greentech

ନୂଆଦିଲ୍ଲୀ / କାଠମାଣ୍ଡୁ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୭ : ନେପାଳ ପ୍ରଧାନମନ୍ତ୍ରୀ ଓଲି ନିଜର ଅଦ୍ଭୁତ ବୟାନକୁ ନେଇ ଆଲୋଚନାର ଶିକାର ହୋଇଥିବା ହେତୁ ନେପାଳର ବିଦେଶ ମନ୍ତ୍ରାଳୟ ସଫେଇ ଦେଇ କହିଛି ଯେ ଏହି ବୟାନର କୌଣସି ରାଜନୈତିକ ଲେନଦେନ ନାହିଁ । ଏହା ଦ୍ୱାରା କାହାର ଭାବନାକୁ ଆଘାତ ଦେବା ଉଦେଶ୍ୟ ନୁହେଁ । ନେପାଳରେ ଅସଲି ଅଯୋଧ୍ୟା ଥିବା ମନ୍ତବ୍ୟ ଦେଇ ନେପାଳ ପ୍ରଧାନମନ୍ତ୍ରୀ ଓଲି ଫସି ଯାଇଛନ୍ତି । ଏହି ବୟାନ ଦ୍ୱାରା ଅଯୋଧ୍ୟାର ମହତ୍ୱ ଓ ସଂକୃତିକ ମୂଲ୍ୟ କମ କରିବାର କୌଣସି ଉଦେଶ୍ୟ ନଥିଲା । ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହ ଯାଇଛି ଯେ ଭଗବାନ ଶ୍ରୀରାମ ଓ ତାଙ୍କ ସହିତ ଯୋଡିହୋଇ ରହିଥିବା ଅନେକ ତଥ୍ୟ ମିଥ୍ୟା ଓ କାଳ୍ପନିକ ଅଟେ ।

ପ୍ରଧାନମନ୍ତ୍ରୀ ଓଲି ଏବିଷୟରେ ଅଧିକ ଅଧୟନ କରିବେ ନେପାଳ ପ୍ରଧାନମନ୍ତ୍ରୀ ସୋମବାର ଦିନ ମତ ଦେଇଥିଲେ ଯେ ବାସ୍ତବିକ ଅଯୋଧ୍ୟା ନେପାଳରେ ଅବସ୍ଥିତ ,ଭାରତରେ ନୁହେଁ । ଭଗବାନ ରାମ ଦକ୍ଷିଣ ନେପାଳର ଧୋରୀରେ ଜନ୍ମ ହୋଇଥିଲେ । ନେପାଳର ସାଂସ୍କୃତିକ ଐତିହକୁ ଆକ୍ରୋଶର ଶିକାର ହୋଇଛି ।

ଭାନୁଭକ୍ତଙ୍କର ଜନ୍ମ ପଶ୍ଚିମ ନେପାଳର ତାନଡୁରେ ୧୮୧୪ ରେ ହୋଇଥିଲା । ସେ ବାଲ୍ମୀକଙ୍କ ରଚିତ ରାମାୟଣକୁ ନେପାଳୀ ଭାଷାରେ ଅନୁବାଦ କରିଥିଲେ । ଓଲି କହିଲେ ଯେ ବାସ୍ତବିକ ଅଯୋଧ୍ୟା ବିରଗଞ୍ଜର ପଶ୍ଚିମରେ ଥିବା ଧୋରୀରେ ଅବସ୍ତିତ ,ଭାରତ ଉତରପ୍ରଦେଶର ଅଯୋଧ୍ୟାରେ ଭଗବାନ ରାମଙ୍କର ଜନ୍ମସ୍ଥଳ ବୋଲି ଦାବି କରୁଛି । ସେହି ସମୟରେ ଏତେ ଦୂରରେ ରହିଥିବା ବର କନ୍ୟାଙ୍କ ମଧ୍ୟରେ ବିବାହ ସମ୍ଭବ ନଥିଲା ,ଯେତେବେଳେ ଯିବା ଆସିବା କରିବା ପାଇଁ କୌଣସି ସାଧନ ନଥିଲା । ତେଣୁ ଭାରତରେ ଅଯୋଧ୍ୟା ପାଇଁ ବଡ ବିବାଦ ଦେଖା ଦେଉଛି କିନ୍ତୁ ନେପାଳରେ ଅଯୋଧ୍ୟାକୁ ନେଇ କୌଣସି ବିବାଦ ଦେଖା ଯାଉନି ।

Leave A Reply

Your email address will not be published.

four × 4 =

error: Content is protected !!
Open chat