ଓଡ଼ିଶାର ଉତକେଲା ବିମାନବନ୍ଦର ପାଇଁ ୮.୧୧୩ କୋଟି ଏବଂ ଜୟପୁର ବିମାନବନ୍ଦର ଲାଗି ୧୭.୫୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

0 306
greentech

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କେନ୍ଦ୍ର ସରକାରଙ୍କ ଉଡାନ ଯୋଜନା ଅଧୀନରେ ଓଡ଼ିଶାର ଉତକେଲା ଏବଂ ଜୟପୁର ବିମାନବନ୍ଦର ବିକାଶର ସ୍ଥିତିକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଭାରତର ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ପ୍ରଥମ ରାଉଣ୍ଡ ବିଡିଂ କରାଯାଇଥିଲା। ଆଞ୍ଚଳିକ କନେକ୍ଟିଭିଟି ସ୍କିମ୍ (ଆରସିଏସ୍)ର କାର୍ଯ୍ୟ ପାଇଁ ନେଟୱାର୍କକୁ କାମ ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ,ଏୟାରଲାଇନ୍ ଅପରେଟର୍ (ଏସଏଓ)ର ଅନୁପାଳନ ନ ହେବା ଯୋଗୁଁ ଚୁକ୍ତିନାମା ବାତିଲ୍ ହୋଇଥିଲା |

ତେବେ ଉଡାନ୍ ଯୋଜନା ଅଧୀନରେ ସଂରକ୍ଷିତ ଏବଂ ଅଣସଂରକ୍ଷିତ ବିମାନ ବନ୍ଦରଗୁଡିକର ପୁନରୁତ୍ଥାନ କରାଯାଉଛି | ଏଥିରେ ଉତକେଲା ଏବଂ ଜୟପୁର ବିମାନବନ୍ଦର ବିକାଶ କରାଯାଉଛି | ଏହି ବାବଦରେ ଗତ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଉତକେଲା ବିମାନବନ୍ଦର ପାଇଁ ୮.୧୧୩ କୋଟି ଏବଂ ଜୟପୁର ବିମାନବନ୍ଦର ଲାଗି ୧୭.୫୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ସମୟରେ, ଭବିଷ୍ୟତର ରାଉଣ୍ଡରେ ଯଦି କୌଣସି ବିଡ୍ ଗ୍ରହଣ କରାଯାଏ , ତେବେ ଉଡାନ୍ ଯୋଜନା ଅନୁଯାୟୀ ସମାନ ଭାବରେ ତାର ବିବେଚନା କରାଯିବ ବୋଲିକେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।

Leave A Reply

Your email address will not be published.

six − six =

error: Content is protected !!
Open chat