କରୋନା ଟେଷ୍ଟିଂ ପାଇଁ ଦେଶରେ ତିଆରି ହୋଇଥିବା ‘ଫେଲୁଦା’କୁ ଡିସିଜିଆଇ ଅନୁମତି କମ୍‌ ଖର୍ଚ୍ଚ, କମ୍‌ ସମୟରେ ହେବ ନମୁନା ପରୀକ୍ଷା

0 310
greentech

ଆର୍‌ଟି-ପିସିଆର୍‌ ପରୀକ୍ଷା ଭଳି ଦେଉଛି ଫଳାଫଳ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କରୋନା ଲଢ଼େଇ କ୍ଷେତ୍ରରେ ଭାରତ ଆଉ ପାଦେ ଆଗକୁ ବଢ଼ିଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ କୋଭିଡ ସିଆର୍‌ଆଇଏସ୍‌ପିଆର୍‌ ଟେଷ୍ଟିଂ କିଟ୍‌ ‘ଫେଲୁଦା’କୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ଅନୁମତି ପ୍ରଦାନ କରିଛନ୍ତିି । ଖୁବଶୀଘ୍ର ଦେଶରେ ଏହାର ବ୍ୟବହାର ଆରମ୍ଭ ହେବ । ଏହି କିଟ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା ଭଳି ସଠିକ୍‌ ନମୁନା ଯାଞ୍ଚ  କରୁଥିବା ଜଣାପଡିଛି । କିନ୍ତୁ ଏହା ଆର୍‌ଟି-ପିସିଆର୍‌ ଟେଷ୍ଟ ତୁଳନାରେ ଅପେକ୍ଷାକୃତ କମ୍‌ ଖର୍ଚ୍ଚରେ ଏବଂ କମ୍‌ ସମୟରେ ଫଳାଫଳ ଦେଉଛି ।

ଆର୍‌ଟି-ପିସିଆର୍‌ ପରୀକ୍ଷା ପାଇଁ ଅନ୍ୟୂନ ୫-୬ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ପ୍ରକ୍ରିୟାରେ ମାତ୍ର ଅଧ ଘଣ୍ଟାରେ ଫଳାଫଳ ମିଳିପାରୁଛି । କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସ୍‌ଆଇଆର୍‌) ଏବଂ ଇନ୍‌ଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ  ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜି(ଆଇଜିଆଇବି)ର ମିଳିତ ସହଯୋଗରେ ଟାଟା ଗ୍ରୁପ ଏହି କିଟ୍‌ ପ୍ରସ୍ତୁତ କରିଛି ।     

କରୋନା ଭାଇରସର ଜିନୋମିକ୍‌ ଶୃଙ୍ଖଳକୁ ବ୍ୟବହାର କରି କାସ୍‌-୯ ନାମକ ଏକ ପ୍ରୋଟିନ ଆଧାରରେ ଏହି ଟେଷ୍ଟ କରାଯିବ । ଏହା ବିଶ୍ୱର ପ୍ରଥମ ଡାୟାଗ୍ନୋଷ୍ଟିକ କରୋନା ଟେଷ୍ଟ । ଏହି ଟେଷ୍ଟ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ପୃଥକ-ପୃଥକ ପାଥୋଜେନକୁ ମଧ୍ୟ ଚିହ୍ନଟ କରିପାରିବ । କମ୍‌ ସମୟରେ ଏବଂ ଅଳ୍ପ ବ୍ୟୟରେ ଏହି ଟେଷ୍ଟ ସମ୍ପର୍ଣ୍ଣ ହୋଇ ପାରୁଥିବାରୁ ଏହା ଆଗାମୀ ଦିନରେ କରୋନା ମୁକାବିଲା କ୍ଷେତ୍ରରେ ଦୃଷ୍ଟାନ୍ତକରୀ ସାବ୍ୟସ୍ତ ହେବ ବୋଲି ସିଏସ୍‌ଆଇଆର-ଆଇଜିଆଇବି ମୁଖ୍ୟ ଅନୁରାଗ ଅଗ୍ରୱାଲ କହିଛନ୍ତି । ସୂଚନା ମୁତାବକ, ମାତ୍ର ୧୦୦ ଦିନର ଅକ୍ଳାନ୍ତ ପରିଶ୍ରମରେ ଭାରତୀୟ ବୈଜ୍ଞାନିକମାନେ ଏହି ପରୀକ୍ଷା ପଦ୍ଧତି ଉଦ୍ଭାବନ କରିଛନ୍ତି

Leave A Reply

Your email address will not be published.

7 − 1 =

error: Content is protected !!
Open chat