କଟକ ଜିଲ୍ଳା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ପାରିବା ପଣିଆର ଜ୍ଵଳନ୍ତ ଉଦାହରଣ: ଦିବ୍ୟାଙ୍ଗଙ୍କ ପାଇଁ ଛାତ ଘର ସାତ ସପନ
ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କ ନିମନ୍ତେ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ବିଡମ୍ବନାର ବିଷୟ କଟକ ଜିଲ୍ଳା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ପଣିଆ ପାଇଁ ଜଣେ ଦିବ୍ୟାଙ୍ଗ ଛାତ ଘର ଖଣ୍ଡିଏ ପାଇବାରୁ ବଂଚିତ ।
ସୂଚନା ଯୋଗ୍ୟଯେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ଗ୍ରାମ ପଂଚାୟତ ବୋଧଙ୍ଗ ଗ୍ରାମ ୱାର୍ଡ ନଂ – ୧୨ ର ଶତକଡା ଶତପ୍ରତିଶତ ବିଦ୍ୟାଙ୍ଗ ମହିଳା ସୁଲୋଚନା ବେହେରା ୫୦ ବର୍ଷ , ପିତା – ୰ ଧୋବି ବେହେରା । ତାଙ୍କର ମୁଣ୍ଡ ଗୁଞ୍ଜିବାକୁ ସ୍ୱତନ୍ତ୍ର ଛାତ ଘରଟିଏ ନାହିଁ । ସେ ତାଙ୍କ ଭାଇଙ୍କ ଏକ ପିଣ୍ଢାରେ ଖରା ବର୍ଷା ଶୀତ କାକରରେ ଦିନରାତି ସେହିଠାରେ ବସବାସ କରୁଛନ୍ତି । ତାଙ୍କ ଭାଇ ମଧ୍ୟ ଜଣେ ଦିନ ମଜୁରୀଆ ଗରିବ ଶ୍ରେଣୀର ଲୋକ । ତାଙ୍କର ମଧ୍ୟ ଛାତ ଘର ଖଣ୍ଡିଏ ନାହିଁ । ଯେଉଁ କଚା ଘର ଅଛି ସେଥିରେ ସେ ତାଙ୍କ ସ୍ତ୍ରୀ ଓ ପିଲା ଅତିକଷ୍ଟରେ ବସବାସ କରୁଛନ୍ତି । ଏହି ପଂଚାୟତରେ ବହୁ ଥିଲା ବାଲା ସରକାରୀ ଯୋଜନାରେ ଛାତ ଘର ପାଉଥିଲା ବେଳେ ପ୍ରକୃତ ଯୋଗ୍ୟ ହିତାଧିକାରୀମାନଙ୍କୁ ଛାତ ଘର ଖଣ୍ଡିଏ ନ ମିଳିବା ପରିତାପର ବିଷୟ । ଉକ୍ତ ଦିବ୍ୟାଙ୍ଗ ମହିଳା ସୁଲୋଚନା ସରକାରୀ ସାହାଯ୍ୟ ବାବଦକୁ ମାସିକ ଦିବ୍ୟାଙ୍ଗ ଭତା ୭୦୦ ଟଙ୍କା ପାଉଥିବା ବେଳେ ତାଙ୍କ ନାମରେ ଥିବା ସ୍ୱତନ୍ତ୍ର ରାସନକାର୍ଡରେ ମାସିକ ୫ କିଲୋ ଚାଉଳ ମଧ୍ୟ ପାଉଛନ୍ତି । ନିଶ୍ଚିନ୍ତକୋଇଲି ବ୍ଳକରେ ଅନେକ ଦିବ୍ୟାଙ୍ଗ ପ୍ରକୃତରେ ସେମାନଙ୍କର ନ୍ୟୁନ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ବେଳେ ଚଂଚକତା କରି ସେମାନଙ୍କୁ ଅଧିକ ବିକଳାଙ୍ଗର ସରକାରୀ ପ୍ରମାଣପତ୍ର ଯୋଗାଇ ଦିଆଯାଇ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁଫଳ ଯୋଗାଇ ଦିଆଯାଉଥିଲା ବେଳେ ପ୍ରକୃତ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଂଚିତ ହେବା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛି । ତୁରନ୍ତ ଉକ୍ତ ଦିବ୍ୟାଙ୍ଗକୁ ଛାତଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀମାନେ ପ୍ରଶାସନ ନିକଟରେ ଦାବି କରିିଛନ୍ତି ।